କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ପୋସ୍କୋ କୋର୍ଟର ଅତିରିକ୍ତ ଜିଲ୍ଳା ଜଜ୍ ଙ୍କ ଆତ୍ମହତ୍ୟା କରିଥିବାର ସୁଚନା ମିଳିଛି । ସିଡିଏ ସେକ୍ଟର – 9 ଠାରେ ଥିବା ନିଜ ବାସଭବନରେ ବେକରେ ଦୌଡ଼ି ଦେଇ ଆତ୍ମହତ୍ୟା କରିଥିବାର ଏସିପି ତାପସ ପ୍ରଧାନ ସୂଚନା ଦେଇଛନ୍ତି । ମୃତକ ସୁବାଷ କୁମାର ବିହାରୀଙ୍କ ବୟସ 51ବର୍ଷ ହୋଇଥିବାର ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କ ପରିବାର ଲୋକେ ଘରେ ନଥିବାର ସୂଚନା ମିଳିଛି ! ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ , ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ଘର ଯାଜପୁର ଭୁବନେଶ୍ୱରପୁରରେ ହୋଇଥିବା ସମୟରେ , ଆଜି ତାଙ୍କର ବାପାଙ୍କ ଶ୍ରାଦ୍ଧ ଥିଲା ।

