ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା କାଶୀ ନଗର ବ୍ଳକର ମେଡ଼ିକାଲ କଲୋନୀ ଓ ବ୍ଳକ କଲୋନୀରେ ଗତ କିଛି ଦିନ ଧରି ପାଣି ସମସ୍ୟା ରହିଥିବା ବେଳେ ସମସ୍ୟାର ସମାଧାନ ହେଉ ନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଲୋକେ ବାରମ୍ବାର ସମସ୍ୟା ଜଣାଇବା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ଅଞ୍ଚଳରେ ବହୁ ସରକାରୀ କର୍ମଚାରୀ ଓ ସାଧାରଣ ଲୋକେ ବସବାସ କରୁଛନ୍ତି । ପାଣି ନ ପାଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ଲୋକମାନେ ବାରମ୍ବାର ସ୍ଥାନୀୟ କାଉନସିଲର, ପି.ଏଚ. ଡି ବିଭାଗକୁ ଓ ସ୍ଥାନୀୟ ପ୍ରଶାସନ କୁ ଅଭିଯୋଗ କରିବା ପରେ ବି ସମସ୍ୟାର ସମାଧାନ ହେଉ ନ ଥିବା ଯୋଗୁଁ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏ ନେଇ ସ୍ଥାନୀୟ ଲୋକେ ଖାଲି ହାଣ୍ଡି, ବାଲଟି ଧରି ବ୍ଳକ କଲୋନି ଯିବା ରାସ୍ତା ଅବରୋଧ କରିଥିଲେ । ଏଥିଯୋଗୁଁ ଉକ୍ତ ରାସ୍ତା ଦେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ବ୍ଳକ କାର୍ଯ୍ୟାଳୟକୁ ଯିବା କର୍ମଚାରୀ ଓ ଜନସାଧାରଣଙ୍କ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ରାସ୍ତା ଅବରୋଧ କରିବା ପରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପାଣି ଟ୍ୟାଙ୍କ ଯୋଗେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଥିଲା ।
କାଶୀ ନଗରର ବ୍ଳକ କଲୋନୀ ଓ ମେଡ଼ିକାଲ କଲୋନୀ ବାସୀଙ୍କ ପାଣି ସମସ୍ୟା ନେଇ ପ୍ରତିବାଦ !!!

