ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : କଟକ ୮୭ ନମ୍ବର ନିର୍ବାଚନ ମଣ୍ଡଳୀ ବଡ଼ମ୍ବା – ନରସିଂହପୁର ରେ ତିନି ପ୍ରମୁଖ ପାର୍ଟି ଙ୍କୁ କଡ଼ା ଟକ୍କର ଦେଉଛନ୍ତି ସ୍ବାଧିନ ଲୋକପ୍ରିୟ ପ୍ରାର୍ଥୀ ବିଜୟ କୁମାର ଦଳବେହେରା । ଗତ ୨୦୧୯ ନିର୍ବାଚନ ରେ ବିଜେପି ରୁ ପ୍ରାର୍ଥୀ ହୋଇ ବିଜେଡି କୁ କଡ଼ା ଟକ୍କର ଦେଇ ମାତ୍ର ୯ ହଜାର ଭୋଟ ରେ ହାରିଥିଲେ ବିଜୟ କୁମାର ଦଳବେହେରା । ୨୦୨୪ ନିର୍ବାଚନ ରେ ବିଜେପି ଦଳରୁ ଟିକେଟ କଟିବା ପରେ ବଡ଼ମ୍ବା – ନରସିଂହପୁର ନିର୍ବାଚନ ମଣ୍ଡଳୀ ରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳୁଥିଲା । ବିଗତ ଦିନରେ ବିଜେପି ଦଳରେ ରହି ବିରୋଧୀ ଙ୍କୁ କଡ଼ା ଟକ୍କର ଦେଇ ଆସୁଥିଲେ ବିଜୟ । ବଡ଼ମ୍ବା ନିର୍ବାଚନ ମଣ୍ଡଳୀ ରେ ଥିବା ଚିନିକଳ ବନ୍ଦ କୁ ନେଇ ସତ୍ୟାଗ୍ରହ କରିଛନ୍ତି ବିଜୟ । ପ୍ରତିଟି କ୍ଷେତ୍ରରେ ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରି ବିରୋଧୀ ଙ୍କ କୁଚକ୍ରାନ୍ତ ରେ ଜେଲ୍ ଯାଇଥିଲେ ବିଜୟ । ୪ ମାସ ଜେଲ୍ ରେ ରହିବା ପରେ ମଧ୍ୟ ବିଜୟ ଙ୍କ ମନୋବଳ ଭାଙ୍ଗି ନଥିଲା । ପୁନର୍ବାର ଦଳକୁ ମଜଭୁତ କରି ସଂଗ୍ରାମ କରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଥିଲେ । ଟିକେଟ କଟିବା ପରେ ବିପୁଳ ଜନ ସମର୍ଥନ ନେଇ ସ୍ବାଧିନ ପ୍ରାର୍ଥୀ ରୂପେ ନାମାଙ୍କନ ଦାଖଲ କରିଥିବା ବିଜୟ । ସ୍ୱାଧୀତା ପ୍ରାର୍ଥୀ ରୂପେ ତାଙ୍କୁ ‘ କେଟିଲି ‘ ଚିହ୍ନ ମିଳିଛି । ବିଜୟ ଙ୍କ ପ୍ରତି ଲୋକଙ୍କ ଭଲ ପାଇବା ବଢୁଛି । ଲୋକେ ନିଜ ପକେଟରୁ ଟଙ୍କା ବାହାର କରି ବିଜୟ ଙ୍କ ହାତରେ ଦେଉଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ୩ ପ୍ରମୁଖ ପାର୍ଟି କୁ କଡ଼ା ଟକ୍କର ଦେଇ ବିପୁଳ ଭୋଟ ରେ ବିଜୟୀ ହେବେ ବୋଳି ଅଞ୍ଚଳ ରେ ଚର୍ଚ୍ଚା ।

