ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ପୁରପଲ୍ଲୀରେ କମାରଶାଳ ରହିଥିଲା । ବର୍ତ୍ତମାନ ପ୍ରତି ଗ୍ରାମରେ କମାରଶାଳ ହଜିବାକୁ ବସିଲାଣି । ଗ୍ରାମ ଗୁଡିକରେ କମାରଶାଳରେ ଆଉ ଠକ ଠକ ଶବ୍ଦ ଶୁଭୁନାହିଁ । ଚାଷ କାର୍ଯ୍ୟ ପୂର୍ବରୁ ଚାଷୀ ଚାଷ କାର୍ଯ୍ୟ ରେ ବ୍ୟବହୃତ ହେଉଥିବା କୋଦାଳ, କାତି, ଲଙ୍ଗଳ, ଦାଆ, ଶାବଳ ଇତ୍ୟାଦି କମାରଶାଳକୁ ନେଇ ପଜେଇ ଥାଏ । କମାର ଶାଳ କୁ ନେଲେ ନିଆଁ ରେ ପୋଡି ତାକୁ ବାଡେଇ ଧାରୁଆ କରିଥାଏ । ତା ପରେ ଚାଷୀ ଏହାକୁ ଚାଷ କରିବାରେ ବ୍ୟବହାର କରିଥାଏ । ପାରଳାଖେମୁଣ୍ଡି ସହରର ପୌର ପରିଷଦ କାର୍ଯ୍ୟାଳୟ ନିକଟରେ ଚାରୋଟି ପରିବାରର କମାରଶାଳ ଦେଖିବାକୁ ମିଳିଛି । ସେମାନେ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି । ଆଖପାଖ ଅଞ୍ଚଳରୁ ଲୋକେ ଆସି ସେମାନଙ୍କ ଚାଷ କାର୍ଯ୍ୟରେ ବ୍ୟବହୃତ ହେଉଥିବା ସରଞ୍ଜାମ ଧାରୁଆ କରି ଚାଷ କାର୍ଯ୍ୟ ରେ ବ୍ୟବହାର କରନ୍ତି । ଏହି ଚାରୋଟି କମାର ପରିବାର ଦୀର୍ଘ ୫୦ ବର୍ଷ ହେଲା କମାର କାମ କରୁଥିବାର କହିଛନ୍ତି । ସରକାରୀ ପ୍ରୋତ୍ସାହନ ବା ସହଯୋଗ ମିଳିଲେ ଆମର ଏହି କୌଳିକ ବୃତ୍ତି ବଞ୍ଚି ରହିବା ସହ ଆଗକୁ ବଢି ପାରିବ ବୋଲି କହିଛନ୍ତି ।
ସରକାରୀ ପ୍ରୋତ୍ସାହନ ଅଭାବରୁ ହଜିବାକୁ ବସିଲାଣି କମାରଶାଳ !!!

