ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ଅନ୍ତର୍ଗତ କଳିଙ୍ଗନଗର ବିସ୍ଥାପିତ ଜମିହରା ଓ କ୍ଷତିଗ୍ରସ୍ଥ ବିଚାର ମଞ୍ଚ ପକ୍ଷରୁ ବିଭିନ୍ନ ଦାବି ନେଇ ଟାଟା ଗେଟକୁ ଅବରୋଧ କରାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଟାଟା କମ୍ପାନୀ ହେବା ସମୟରେ ସ୍ଥାନୀୟ ଅଞ୍ଚଳର ବହୁ ଆଦିବାସି ପରିବାର ବିସ୍ଥାପିତ ହୋଇଥିଲେ ! ବିସ୍ଥାପିତ ପରିବାରକୁ ସ୍ଥାୟୀ ନିଯୁକ୍ତି ଦାବିରେ ବିସ୍ଥାପିତ ପରିବାରର ବହୁ ସଦସ୍ୟ ସକାଳୁ ଏକତ୍ରିତ ହୋଇ କଳିଙ୍ଗନଗର ଥାନା ଅନ୍ତର୍ଗତ ଟାଟା ମୁଖ୍ୟ ଫାଟକ ସମ୍ମୁଖ ରେ ପହଞ୍ଚି ସ୍ଥାୟି ନିଯୁକ୍ତି ଦାବିରେ ମୁଖ୍ୟ ଫାଟକକୁ ବନ୍ଦ କରିଥିଲେ ।
ବିଭିନ୍ନ ଦାବି ନେଇ ଟାଟା ଗେଟକୁ ବନ୍ଦ କଲେ କଳିଙ୍ଗନଗର ବିସ୍ଥାପିତ ଜମିହରା ଓ କ୍ଷତିଗ୍ରସ୍ଥ ବିଚାର ମଞ୍ଚ !!!

