ଏଟିଏଚ ରକ୍ସ ପରିବାର ଓଡ଼ିଶା ତରଫରୁ ବିଭିନ୍ନ ସାମାଜିକ କାମ !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଏଟିଏଚ ରକ୍ସ ପରିବାର ଓଡ଼ିଶା ତରଫରୁ ବିଭିନ୍ନ ସାମାଜିକ କାମ ! ଏଟିଏଚ ରକ୍ସ ପରିବାର ତରଫରୁ ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ର ପ୍ରସିଦ୍ଧ ବୈଶାଖ ମେଳା ଉପଲକ୍ଷେ ମହାପ୍ରଭୁ ନୃସିଂହନାଥ ଙ୍କ ପୀଠ ରେ ରନ୍ଧା ଖାଦ୍ୟ, ସର୍ବତ ଓ ସଫେଇ କାର୍ଯ୍ୟକ୍ରମ ସମ୍ପାଦନା କରାଯାଇଛି ! କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ରଘୁନାଥ ପଣ୍ଡାଙ୍କ ତତ୍ତ୍ୱବଧାନରେ ସମ୍ପାଦକ ବିଶ୍ୱଜିତ ବେହେରା, ଉପ ସଭାପତି ଆଦିତ୍ୟ ପ୍ରସାଦ ମିଶ୍ର, ପଦ୍ମପୁର ପ୍ରତିନିଧି ନିରୋଜ ପୁରୋହିତ, ବରଗଡ଼ ପ୍ରତିନିଧି ନୋବେଲ ଅଗ୍ରୱାଲ, ନୂଆପଡା ପ୍ରତିନିଧି ସୁକାନ୍ତ ସେଠ୍, ପଦ୍ମପୁର ଯୁଗ୍ମ ପ୍ରତିନିଧି ସରୋଜ ପୁରୋହିତ, ସୁବର୍ଣ୍ଣପୁର ଜିଲ୍ଲା ପ୍ରତିନିଧି ପ୍ରକାଶ ଖଟୁଆ, ବିରମହାରାଜପୁର ପ୍ରତିନିଧି ହେମନ୍ତ ମେହେର, ନୂଆପଡା ଜିଲ୍ଲାର ନୂତନ ପ୍ରତିନିଧି ଶଶୀକାନ୍ତ ପ୍ରଧାନ ଓ ଅନ୍ୟନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ ! ମୁଖ୍ୟ ଅତିଥି ଭାବରେ , 108 ଆମ୍ବୁଲାନ୍ସ ସଂଘର ପଶ୍ଚିମ ଓଡ଼ିଶା ମୁଖ୍ୟ ସୋମନାଥ ପାଣିଗ୍ରାହୀ, ବିଭୁତି ଖମାରି, ଗୌରବ ରଥ, ସଞ୍ଜୟ ତ୍ରିପାଠୀ ଇତ୍ୟାଦି ଯୋଗ ଦେଇ କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିଥିଲେ !

Leave a Reply

Your email address will not be published. Required fields are marked *