ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଣାଗୁଣ୍ଡି ଗ୍ରାମରେ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରିତିରଞ୍ଜନଙ୍କ ପାଇଁ ତାଙ୍କ ପତ୍ନୀ ଝିଲିକ ଭଟ୍ଟାଚାର୍ଯ୍ୟ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ଝିଲିକଙ୍କୁ ସ୍ଥାନୀୟ ଲୋକେ ବିରୋଧ କରିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ମନ୍ତ୍ରୀ ପ୍ରିତିରଞ୍ଜନ ଘଡାଇଙ୍କ ପତ୍ନୀ ଝିଲିକ ଭଟ୍ଟାଚାର୍ଯ୍ୟ ସ୍ଥାନୀୟ ବିଜେଡି କର୍ମୀଙ୍କ ସହିତ ରଣାଗୁଣ୍ଡିରେ ପହଞ୍ଚି ପ୍ରିତିରଞ୍ଜନଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଯାଇଥିବା ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ବିଭିନ୍ନ ସମସ୍ୟା ନେଇ ଝିଲିକ ଭଟ୍ଟାଚାର୍ଯ୍ୟଙ୍କୁ ବିରୋଧ କରିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବାରୁ ଝିଲିକ ଭଟ୍ଟାଚାର୍ଯ୍ୟ ତାଙ୍କର କର୍ମୀ ମାନଙ୍କ ସହିତ ଘଟଣା ସ୍ଥଳରୁ ପଳାଇ ଆସିଥିଲେ !
ରଣାଗୁଣ୍ଡିରେ ପ୍ରିତିରଞ୍ଜନଙ୍କ ପାଇଁ ନିର୍ବାଚନୀ ପ୍ରଚାର କରୁଥିବା ସମୟରେ ଝିଲିକ ଙ୍କୁ ବିରୋଧ !!!

