କିନ୍ନର ପାଳିଲେ ସାବିତ୍ରୀ ଅମାବାସ୍ୟା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପବିତ୍ର ସାବିତ୍ରୀ ଅମାବାସ୍ୟା ଦିନ ସଧବା ନାରୀ ମାନେ ତାଙ୍କ ସ୍ବାମୀଙ୍କ ଦୀର୍ଘ ଆୟୁଷ ଓ ଶୁଭ ମନାସି ବ୍ରତ ପାଳନ କରନ୍ତି । କିନ୍ତୁ କିନ୍ନର ମାନେ ମଧ୍ୟ ଏହି ସାବିତ୍ରୀ ବ୍ରତ ପାଳନ କରୁଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସଦର ମହକୁମା ବେତାଗୁଡା ସ୍ଥିତ ନବଦୁର୍ଗା ମନ୍ଦିର ଠାରେ ଥିବା ଆମ୍ବ ଗଛ ମୂଳରେ ପାରଳାଖେମୁଣ୍ଡି ର କିନ୍ନର ଭଉଣୀ ମାନେ ପୂଜା କରିବାର ଦେଖିବାକୁ ମିଳିଛି। ତେବେ ସେମାନେ କାହିଁକି ଓ କିପରି ଏହି ବ୍ରତ ପାଳନ କରନ୍ତି ସ୍ତ୍ରୀ ଯେମିତି ତା’ ସ୍ଵାମୀଙ୍କ ପାଇଁ ଅତ୍ୟନ୍ତ ନିଷ୍ଠାର ସହ ସାବିତ୍ରୀ ବ୍ରତ ପାଳନ କରେ କିନ୍ନର ମାନେ ମଧ୍ୟ ଠିକ ସେହିପରି ନିଜ ଗୁରୁଙ୍କ ପାଇଁ ଏହି ବ୍ରତ ବେଶ ଉତ୍ସାହର ସହ ପାଳନ କରନ୍ତି ! କିନ୍ନର ମାନଙ୍କ ମଧ୍ୟରେ ଜଣେ ଗୁରୁ ଥାଆନ୍ତି ଯିଏକି ସମସ୍ତ କିନ୍ନରଙ୍କ ଦାୟିତ୍ଵ ନେଇଥାନ୍ତି ତାଙ୍କୁ ସମସ୍ତେ ଗୁରୁ ବୋଲି ମାନନ୍ତି । କିନ୍ନରଙ୍କ କହିବା ଅନୁଯାୟୀ ସେମାନେ ହେଉଛନ୍ତି ପରସ୍ପରର ଭାଇ, ବନ୍ଧୁ, କୁଟୁମ୍ବ ଓ ସ୍ଵାମୀ ସ୍ତ୍ରୀ । ପରସ୍ପର ମଧ୍ୟରେ ସେମାନଙ୍କର ପ୍ରେମ ବଜାୟ ରଖିବାକୁ ଓ ପରସ୍ପରର ଶୁଭ ମନାସି ସେମାନେ ସାବିତ୍ରୀ ପାଳନ କରନ୍ତି । ସାବିତ୍ରୀ ଦିନ ସାଧାରଣ ସ୍ତ୍ରୀ ଟିଏ ସକାଳୁ ଉଠି ନିତ୍ୟକର୍ମ ଶେଷ କରି ନୂଆ ଲୁଗା ପିନ୍ଧି ଓ ଶୃଙ୍ଗାର କରି ସଜବାଜ ହୋଇଥାନ୍ତି ଏବଂ ମନ୍ଦିରକୁ ଯାଇ ପୂଜା କରିଥାନ୍ତି ତେବେ କିନ୍ନର ମାନେ ମଧ୍ୟ ଠିକ ସେହିପରି ସାବିତ୍ରୀ ଦିନ ସକାଳୁ ଉଠି ପୂଜା ପାଇଁ ଫୁଲ ତୋଳନ୍ତି ଓ ଏକାଠି ମିଶି ସମସ୍ତେ ନୂଆ ଶାଢୀ ନୂଆ ଚୁଡି ପିନ୍ଧି ସଜବାଜ ହୁଅନ୍ତି । ସାବିତ୍ରୀ ଦିନ ସଜେଇ ହୋଇ ସେମାନେ ଖୁବ ଉପଭୋଗ କରନ୍ତି । ଏହାପରେ ସେମାନେ ଏକାଠି ମିଶି ମନ୍ଦିର ଯାଆନ୍ତି ଓ ମନ୍ଦିରରେ ଯାହା ପ୍ରସାଦ ମିଳେ ତାକୁ ଖାଆନ୍ତି ସେମାନେ ମଧ୍ୟ ବ୍ରତ ଉପବାସ ପାଳନ୍ତି କରନ୍ତି । କିନ୍ନର ମାନେ ପରସ୍ପର ମଥାରେ ସିନ୍ଦୁର ମଧ୍ୟ ଲଗାଇ ଦିଅନ୍ତି । ଜଣେ ଓଡିଆଣୀ ଭଳି ସେମାନେ ଖୁବ ଶ୍ରଦ୍ଧାର ସହ ସାବିତ୍ରୀ ବ୍ରତ ପାଳନ କରନ୍ତି ବୋଲି କହିଛନ୍ତି କିନ୍ନର ମାନେ ।

Leave a Reply

Your email address will not be published. Required fields are marked *