ଚିନ୍ମୟ ଫାଉଣ୍ଡେସନର ୨୨୦ ତମ ସପ୍ତାହର କାରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ କରୋନାରୁ ରକ୍ଷା ପାଇବା ପାଇଁ ଗତ ୨୨ମାର୍ଚ୍ଚ ୨୦୨୦ ମସିହାରୁ ଏପର୍ଯ୍ୟନ୍ତ ଦୀର୍ଘ ୧୫୪୦ ଦିନ ଧରି ନିରବଚ୍ଛିନ୍ନ ପ୍ରକ୍ରିୟାରେ ସଚେତନତା ସହ କୋଭିଡ୍ କିଟ୍ ବଣ୍ଟନ ଜାରି ରଖିଛି ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଅଗ୍ରଣୀ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ। ଫାଉଣ୍ଡେସନର ଅନ୍ୟ ଏକ କାର୍ଯ୍ୟକ୍ରମ ମିଶନ ଅମୃତ ହସ୍ତମ ମାଧ୍ୟମରେ ଦୁଃଖୀ, ଦରିଦ୍ର,ଅସହାୟ ମାନଙ୍କୁ ରିଲିଫ୍ ସେବା ମଧ୍ୟ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନର ନିରବଚ୍ଛିନ୍ନ କାର୍ଯ୍ୟକ୍ରମର ଦିନ ସଂଖ୍ୟା ୧୫୩୪ରୁ ୧୫୪୦ ପର୍ଯ୍ୟନ୍ତ ସାତ ଦିନ ଧରି ଅର୍ଥାତ୍ ୦୨ ଜୁନ୍ ୨୦୨୪ ରୁ ୦୮ ଜୁନ୍ ୨୦୨୪ ପର୍ଯ୍ୟନ୍ତ କୋଭିଡ୍ କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଓଡ଼ିଶାର ଯାଜପୁର, କଟକ, ଖୋର୍ଦ୍ଦା ଜିଲ୍ଲା ସମେତ ବିଭିନ୍ନ ସ୍ଥାନରେ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ସମାଜସେବୀ ମିହିର କୁମାର୍ ମଲ୍ଲିକ, ଦିପ୍ତିରଞ୍ଜନ୍ ସାହୁ, ଶ୍ରୀକ୍ଷେତ୍ର ସାହୁ ଆଦି ଏହି କାର୍ଯ୍ୟକ୍ରମକୁ ଚାଲୁ ରଖିଛନ୍ତି। କରୋନାର ନୂଆ ଭୁତାଣୁ FLiRT ଭାରତ, ଆମେରିକା ଏବଂ ସିଙ୍ଗାପୁର ସମେତ ବିଭିନ୍ନ ଦେଶରେ ବଢ଼ିବାରେ ଲାଗିଛି। ଭାରତୀୟ SARS -Cov-2 ଟିମ୍ ଦ୍ଵାରା ମିଳିଥିବା ସୂଚନା ଅନୁଯାୟୀ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୩୦୦ରୁ ଅଧିକ ରହିଛି। ଏହା ଓମିକ୍ରନ୍ ଠାରୁ ଅଧିକ ମାତ୍ରାରେ ସଂକ୍ରମିତ ହୋଇପାରେ। ବିଶେଷଜ୍ଞ ମାନେ ଏହାକୁ KP-1 ଓ KP-2କୁ FLiRT ନାମ କରଣ କରିଛନ୍ତି ବୋଲି ସରକାରୀ ସୂଚନା ମିଳିଥିବା ବେଳେ , ଏହି କାର୍ଯ୍ୟକ୍ରମକୁ ଆଉ କିଛି ଦିନ ଆଗକୁ ଆଗେଇ ନେବା ପାଇଁ ଫାଉଣ୍ଡେସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *