ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ସ୍ଥିତ ଐତିହାସିକ ପଲଟଣ ପଡିଆ ଠାରେ ଶନିବାର ଠାରୁ ଏକତା ପରିଷଦ ଟ୍ରଷ୍ଟ ଓ ପ୍ରୋଜେକ୍ଟ ପଏଣ୍ଟ ପକ୍ଷରୁ ଆରମ୍ଭ କରାଯାଇଥିବା ଆନ୍ତର୍ଜାତୀୟ ଆଦିବାସୀ ସାଂସ୍କୃତିକ ଯୁବ ମହୋତ୍ସବ ରବିବାର ଦ୍ୱିତୀୟ ଦିନରେ ବିଭିନ୍ନ ରାଜ୍ୟ ଓ ଆନ୍ତର୍ଜାତୀୟ ସ୍ତର ରୁ ଆସିଥିବା ସହଭାଗୀ ମାନେ ବାଣପୁର ଚିଲିକା ଅଞ୍ଚଳର ଐତିହାସିକ ସାଂସ୍କୃତିକ ସ୍ଥଳ ପରିଭ୍ରମଣ କରିଥିଲେ । ଅପରାହ୍ନ ରେ ଏକତା ପରିଷଦ ଟ୍ରଷ୍ଟ ର କୋଡ଼ିଏ ବର୍ଷ ଫୁର୍ତ୍ତି ଅବସରରେ ପଚିଶ ଜଣ ସାମାଜିକ କର୍ମୀ ଙ୍କୁ ଏକତା ରାଷ୍ଟ୍ରୀୟ ଯୁବ ସମ୍ମାନ ଓ କୋଡ଼ିଏ ଜଣ ସାମାଜିକ କର୍ମୀ ଙ୍କୁ ଏକତା ସେବା ସମ୍ମାନ ରେ ସମ୍ମାନିତ କରାଯିବା ସହ ଯୁବ ଶକ୍ତିର ନେତୃତ୍ୱରେ ପ୍ରକୃତିର ସନ୍ତୁଳନ ଓ ମାନବିକ ମୂଲ୍ୟ ବୋଧର ସାଂସ୍କୃତିକ ପରିଚୟ ସମୃଦ୍ଧି କରିବା ପାଇଁ ପ୍ରସ୍ତାବ ନିଆଯାଇଥିଲା । ଉକ୍ତ ସଭା କାର୍ଯ୍ୟରେ ଅତିଥି ମାନଙ୍କ ମଧ୍ୟରେ ବରିଷ୍ଟ ସାମାଜିକ କର୍ମୀ ଶ୍ରୀ ଗୌତମ ବଂଦୋପାଧାୟ, ମୁଖ୍ୟ ଅତିଥି ଡକ୍ଟର ବିଦୁପ୍ରଭା ରଥ, ଡ ବିଶ୍ଵମୋହନ ଜେନା, ବାଣପୁର ନଗର ପାଳ ମିଟୁ ନାୟକ, ଚନ୍ଦ୍ର ଶେଖର ଦାସ, ପ୍ରୋଜେକ୍ଟ ପଏଣ୍ଟ ର ଅଧ୍ୟକ୍ଷ ଡ ସଂଗ୍ରାମ କେଶରୀ ସାମନ୍ତରାୟ, ଅବସର ପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ଭାଲ ଚନ୍ଦ୍ର ଷଡଙ୍ଗୀ, ସାମାଜିକ କର୍ମୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ଦଶପଲ୍ଲା ର ପୂର୍ବତନ ବିଧାୟକ ଶ୍ରୀ ରାମକୃଷ୍ଣ ମହାନ୍ତି, ରାଜ୍ୟ ତଥା ରାଜ୍ୟ ବାହାରୁ ସାମାଜିକ କର୍ମୀ ମାନେ ଉପସ୍ଥିତ ରହିଥିଲେ. ଏକତା ପରିଷଦ ଟ୍ରଷ୍ଟ ର ମ୍ୟାନେଜିଙ୍ଗ ଟ୍ରଷ୍ଟି ଙ୍କ ନେତୃତ୍ୱରେ ଆଗାମୀ ଦିନରେ ରାଷ୍ଟ୍ରୀୟ ସ୍ଥରରେ ଯୁବ ନେତୃତ୍ୱରେ ସଂଗଠିତ କରିବା ପ୍ରକ୍ରିୟା ଆରମ୍ଭ କରାଯିବାକୁ ନିଷ୍ପତି ନିଆଯାଇଥିଲା. ସନ୍ଧ୍ୟାରେ ବିଭିନ୍ନ ରାଜ୍ୟ ଓ ଓଡ଼ିଶାର ଲୋକ କଳା ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶୀତ କରାଯାଇଥିଲା ।।
ଆନ୍ତର୍ଜାତୀୟ ଆଦିବାସୀ ସାଂସ୍କୃତିକ ଯୁବ ମହୋତ୍ସବ : ଦ୍ୱିତୀୟ ସନ୍ଧ୍ୟାରେ ଝୁମିଲେ ଦର୍ଶକ !!!

