ବାଣପୁର ବାଇପାସ ଓଭର ବ୍ରିଜ ଉପରୁ ୫ ମଇଁଷି ବୋଝେଇ ଗାଡି ଜବତ : ୬ ଅଟକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୧୬ ନମ୍ବର ଜାତୀୟ ରାଜପଥ ବାଣପୁର ବାଇପାସ ଓଭର ବ୍ରିଜ ଉପରୁ ବୁଧବାର ସନ୍ଧ୍ୟାରେ ୫ଟି ଟାଟା ଏସି ସହିତ ୧୮ଟି ଗୋରୁ ମଇଁଷି ବୋଝେଇ ଗାଡି ଗୁଡିକୁ ସ୍ଥାନୀୟ ଚିଲିକା ପ୍ରଖଣ୍ଡ ବଜରଙ୍ଗ ଦଳ ର କାର୍ଯ୍ୟକର୍ତ୍ତା ମାନେ ଚଢାଉ କରି ଅଟକ ରଖି ବାଣପୁର ପୋଲିସ୍ ର ଜିମା ଦେଇଛନ୍ତି । ଘଟଣା ରୁ ପ୍ରକାଶ ଯେ ୫ଟି ଗାଡିରେ ୬ ଜଣ ବ୍ୟକ୍ତି ମଇଁଷି ଗୁଡିକୁ ରାସ୍ତା ଘାଟରୁ ଉଠେଇ ବାହାର ରାଜ୍ୟକୁ ଚୋରାଚାଲାଣ କରାଯାଉଥିବା ର ଖବର ପାଇ ବଜରଙ୍ଗ ଦଳର କର୍ମକର୍ତ୍ତା ମାନେ ଛକି ରହି ଉକ୍ତ ଗାଡି ଗୁଡିକ ସହ ଚାଲାଣ ରେ ସାମିଲ ଥିବା ୬ ଜଣ ଙ୍କୁ ଅଟକ ରଖି ବାଣପୁର ପୋଲିସ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଗାଡି ସହ ୬ଜଣ ମଇଁଷି ଚାଲାଣ କାରିଙ୍କୁ ଅଟକ ରଖିଥିବା ବେଳେ ମଇଁଷି ଗୁଡିକୁ ନେଇ ନିକଟସ୍ଥ ଗୋଶାଳାରେ ଛଡାଯିବା ପାଇଁ ବିଚାର କରୁଥିବା ଜଣା ପଡ଼ିଛି ।।

Leave a Reply

Your email address will not be published. Required fields are marked *