ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ବ୍ଲକ୍ ଗୋପମଥୁରା ଗ୍ରାମରେ ବେଶ୍ ଧୁମ୍ ଧାମରେ ରଜ ମହୋତ୍ସବ ପାଳିତ ହେଉଅଛି। ପହିଲି ରଜ ରେ ମୁଖ୍ୟ ଅତିଥି ଭାବେ ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଆତିଥି ଭାବେ ସମାଜ ସେବୀ ସମିର ସାମନ୍ତରାଏ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଆଶୋକ କୁମାର ଜଗଦେବ, ସମିତି ସଭ୍ୟ ନାରାୟଣ ଜେନା, ରଜ ମହୋତ୍ସବ କମିଟି ସଭାପତି ଭଗବାନ ରାଉତ, ସମ୍ପାଦକ ଜ୍ଞାନ ରଂଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇ ପ୍ରଥମ ଅର୍ଘ୍ୟର ଶୁଭ ଉଦ୍ଘାଟନ କରିଥିଲେ। କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ମହୋତ୍ସବ ରେ ବିଭିନ୍ନ ପ୍ରକାର ମିନାବଜାର, ଛୋଟ ପିଲାଙ୍କ ମନୋରଞ୍ଜନ ପାଇଁ ଦୋଳି ର ଆୟୋଜନ କରାଯାଇଛି !
ବଡ଼ମ୍ବା ବ୍ଲକ୍ ଗୋପମଥୁରା ପଞ୍ଚାୟତ ରେ ରଜ ମହୋତ୍ସବ ପାଳିତ !!!

