ପ୍ରକୃତି ଉଦ୍ୟାନ ଏସ ଏସ ବି କିଙ୍ଗଡ଼ମ ପକ୍ଷରୁ ରଜ ରାଜକୁମାରୀ ପ୍ରତିଯୋଗିତା !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ସରଣ୍ଡାଗଡ ରେ ଥିବା ପ୍ରକୃତି ଉଦ୍ୟାନ ତଥା ଓଡ଼ିଶାର ମଧୁର ହ୍ରଦ ଅଂଶୁପା କୂଳରେ ଅବସ୍ଥିତ ଏସ ଏସ ବି କିଙ୍ଗଡ଼ମ ପକ୍ଷରୁ ରଜ ରାଜକୁମାରୀ ପ୍ରତିଯୋଗିତା ବେଶ ଧୁମ ଧାମରେ ପାଳନ କରାଯାଇଛି । ବାହାରୁ ଆସୁଥିବା ପର୍ଯ୍ୟଟକ ମାନେ ବେଶ ଖୁସି ହେବା ସହ ବହୁତ ମଜା କରୁଛନ୍ତି । ଉତ୍ସବ ପାଇଁ କିଙ୍ଗଡ଼ମ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଦେଖିବାକୁ ମିଳିଥିଲା । ପ୍ରକୃତି ଉଦ୍ୟାନ ସାଙ୍ଗକୁ ୱାଟର ଫଲ ର ମଜା ନେଉଛନ୍ତି ପର୍ଯ୍ୟଟକ । ସାଇନ୍ସ ପାର୍କ ସାଙ୍ଗକୁ ବିଭିନ୍ନ ପ୍ରକାରର କୁଇଜ ଆୟୋଜିତ ହେଉଛି ଏହି କିଙ୍ଗଡ଼ମ ରେ। ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର ରୁ ଆସିଥିବା ସ୍ମୃତି ସଞ୍ଚିତା ଦାଶ ସିନିଅର ଗ୍ରୁପ ରେ ପ୍ରଥମ ଶ୍ରେଣୀରେ ରଜ କୁମାରୀ ଉତୀର୍ଣ୍ଣ ହୋଇଥିବା ବେଳେ ଜୁନିଅର ଗ୍ରୁପ ରୁ କଟକ ରୁ ଶ୍ରଦ୍ଧାଞ୍ଜଳି ସାହୁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି !

Leave a Reply

Your email address will not be published. Required fields are marked *