ଶୋଇଥିବା ବେଳେ ଦଳି ଦେଲା ହାତୀ , ତିନି ମୃତ – ତିନି ଗୁରୁତର !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଶୋଇଥିବା ବେଳେ ଦଳି ଦେଲା ହାତୀ , ତିନି ମୃତ – ତିନି ଗୁରୁତର । ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ପାଇକମାଲ ରେଞ୍ଜ ଝାରବନ୍ଧ ଥାନା ସଲଡିହି ଗ୍ରାମରେ ବିଳମ୍ବିତ ରାତିରେ ଘଟିଯାଇଛି ଅଘଟଣ ! ମିଳିଥିବା ସୂଚନା ଅନୁସାରେ ସିଲଡିହି ଗ୍ରାମର ବିପିନ ବରିହା ଓ ତାଙ୍କ ପରିବାର ଘର ପଛ ପଟେ ଶୋଇଥିବା ବେଳେ ତିନି ଗୋଟି ହାତୀ ଗୋଠଛଡା ହୋଇ ଖାଦ୍ୟ ଅନ୍ବେଷଣରେ ଆସି ତିନିଜଣ ଙ୍କୁ ଜୀବନରୁ ମାରି ଦେଇଥିବା ବେଲେ ଅନ୍ୟ ତିନି ଜଣ ଗୁରୁତର ଅଛନ୍ତି । ହାତୀ ଆକ୍ରମଣରେ ବିପିନଙ୍କ ସ୍ତ୍ରୀ ପାନ ବରିହା, ଦଶ ବର୍ଷୀୟ ଝିଅ ସୁନନ୍ଦା ବରିହା ଓ ତିନି ବର୍ଷୀୟ ପୁଅ ଆଦିତ୍ଯ ବରିହାଙ୍କ ମୃତ୍ଯୁ ହୋଇଛି ଏବଂ ବିପିନ ବରିହା ଓ ତାଙ୍କ ସାତ ବର୍ଷୀୟ ପୁଅ ମଣ୍ଟୁ ବରିହା ଏବଂ ୬୫ ବର୍ଷୀୟ ଜଟିଆ ବରିହା ଗୁରୁତର ଅଛନ୍ତି । ଅଞ୍ଚଳରେ ହାତୀ ଥିବା ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇ ନାହିଁ , ତେଣୁ ଏପରି ଅଘଟଣ ଘଟୁଥିବାର ଅଭିଯୋଗ ହୋଇଛି !

Leave a Reply

Your email address will not be published. Required fields are marked *