ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇ ଯାଇଛି।ଏହି ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଭିଷେକ କରାଯାଏ।ଭୋର ରାତି ୩ଟାରୁ ଦୁଆର ଖୋଲା ହେଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ନୀତିକାନ୍ତି କରାଯିବା ପରେ ମହାପ୍ରଭୁଙ୍କ ମୈଲମ୍ ଆରତୀ ବାଲ୍ୟ ଧୂପ,ରାଜ ଧୂପ ସମ୍ପୂର୍ଣ୍ଣ ସରିବା ପରେ ପୁନର୍ବାର ମୈଲମ ହେଲା ଚାମର ନିତୀ ସମ୍ପର୍ଣ୍ଣ ହେଲା ପରେ ଦୁବ ଚାଉଳ ଅର୍ଘ୍ୟ କରାହୋଇ ମହାପ୍ରଭୁଙ୍କୁ ରତ୍ନସିଂହାସନରୁ ତଳକୁ ବିଜେ କରାହେଲା ତାପରେ ସମସ୍ତ ସେବକ ମିଶି ପାଟ କର୍ପୂର କପଡା ସହିତ ମହାପ୍ରଭୁ ଙ୍କୁ ସ୍ନାନବେଦୀ ଉପରକୁ ପହଣ୍ଡି ବିଜେ କରାଯାଇଥିଲା।ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନବେଦୀ ଉପରେ ବିଜେକରାଇ ଦକ୍ଷିଣା ବର୍ତ୍ତି ଆଳତୀ କରାଯାଇ 108 ଗରା ଓ 108 ପଇଡ଼ ପାଣିରେ ଠାକୁରଙ୍କୁ ସ୍ନାନ କରାଇଥିଲେ। ଦିନ 2 ଟା ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶ କରାଯିବ ବୋଲି ପୂଜକଙ୍କ ପକ୍ଷରୁ କୁହାଯାଇଛି। ଏହି ଦେବ ସ୍ନାନ ନୀତି ଓ ଠାକୁରଙ୍କ ଗଜାନନ ବେଶ ଦେଖିବା ପାଇଁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସକାଶେ ପୋଲିସ ମୁତୟନ କରାଯାଇଛି ।
ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା !!!

