ସ୍ୱାସ୍ଥ୍ୟ ହିଁ ସବୁଠାରୁ ଅମୂଲ୍ୟ ସମ୍ପଦ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସ୍ୱାସ୍ଥ୍ୟ ହିଁ ମଣିଷର ସବୁଠାରୁ ଅମୂଲ୍ୟ ସମ୍ପଦ। ରୋଗ ଆରମ୍ଭରୁ ଯଦି ଏଥିପ୍ରତି ଦୃଷ୍ଟି ଦିଆଯାଏ ତେବେ ଆଗକୁ ଥିବା ବଡ଼ ବିପଦ ଏଡାଇ ହୋଇଥାଏ । ଏଭଳି କିଛି ମତାମତ ରଖିଛନ୍ତି ହର୍ଷିକା ମିଡିଆ ଏବଂ ମେଡଗ୍ରାମ ଆନୁକୂଲ୍ୟରେ ଅନୁଷ୍ଠିତ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ଅତିଥିମାନେ । ସ୍ଥାନୀୟ କଲ୍ୟାଣିନଗର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧ ଶହରୁ ଉର୍ଦ୍ଧ ବ୍ୟକ୍ତିଙ୍କର କାର୍ଡିଓଲୋଜି, ବ୍ଲଡ଼ ସୁଗାର, ଚର୍ମ ଆଦି ପରୀକ୍ଷା ସମ୍ପୂର୍ଣ୍ଣ ମାଗଣାରେ କରାଯିବା ସହ ହୃଦରୋଗକୁ ନେଇ ସଚେତନ କରାଯାଇଥିଲା । ଉପସ୍ଥିତ ଅଭିଜ୍ଞ ବ୍ୟକ୍ତି ମାନେ ମଣିଷ ନିଜ ସ୍ୱାସ୍ଥ୍ୟକୁ ନେଇ ଅବହେଳା କରିବା ଉଚ୍ଚିତ ନୁହେଁ ଏବଂ ରୋଗର ପ୍ରଥମ ସୋପାନରୁ ଚିକିତ୍ସା କଲେ ପରବର୍ତ୍ତୀ ସମୟରେ ବଡ଼ ବିପଦକୁ ଏଡାଇ ହେବ ବୋଲି ମତ ଦେଇଥିଲେ । ଅନ୍ୟପକ୍ଷରେ ହର୍ଷିକା ମିଡିଆ କେବଳ ଗଣମାଧ୍ୟମ ଭିତରେ ସୀମିତ ନୁହେଁ, ଅନେକ ସମୟରେ ଏହା ସାମଜର ହିତ ପାଇଁ ବିଭିନ୍ନ ପ୍ରକାର ଜନମଙ୍ଗଳ କାର୍ଯ୍ୟକ୍ରମ ଜାରି ରଖିଥାଏ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *