ଭାପୁର ବ୍ଲକ୍ ଅଧ୍ୟକ୍ଷା-ଉପଧାକ୍ଷ ବିବାଦ : ଅଧ୍ୟକ୍ଷା ଙ୍କ ପକ୍ଷରେ ଜନମତ

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ ଜିଲ୍ଲା ଭାପୁର ବ୍ଲକ ର ବହୁ ଚର୍ଚ୍ଚିତ ଖବର , ଅଧ୍ୟକ୍ଷା – ଉପଧାକ୍ଷ ବିବାଦ ଘଟଣାରେ ଆସିଲା ଟ୍ଵିଷ୍ଟ . ବ୍ଲକ କାର୍ଯ୍ୟାଳୟ ଭିତରେ ଅଧ୍ୟକ୍ଷା ଶାନ୍ତିଲତା ବେହେରାଙ୍କୁ ତାଙ୍କ ନୂତନ ଚାମ୍ବର ପ୍ରଦାନ କରାଗଲା । ବିଗତ ଦିନରେ ବ୍ଲକ କାର୍ଯ୍ୟାଳୟ ମଧ୍ୟରେ ଅଣଦେଖା କରା ଯାଉଥିବା ତଥା ଉପଧାକ୍ଷଙ୍କ ଦ୍ୱାରା ଦୁର୍ନୀତିର ଅଭିଯୋଗ ଆଣି ଫତେଗଡ ଥାନାର ଦ୍ୱାରସ୍ଥ ହୋଇଥିଲେ ଅଧ୍ୟକ୍ଷା ଶାନ୍ତିଲତା ବେହେରା . ଏପରିକି ବ୍ଲକ ମଧ୍ୟରେ ଅଧ୍ୟକ୍ଷାଙ୍କ ପାଇଁ ଉଦ୍ଦିଷ୍ଟ କୋଠରୀକୁ ଜାଣିଶୁଣି ତାଲା ପକାଇ ରଖାଯାଇ ଥିବାର ଘଟଣା ସାମନାକୁ ଆସିଥିଲା . ବ୍ଲକ ସମ୍ମୁଖରେ ନିଜ ସମର୍ଥକଙ୍କ ସହିତ ଧାରଣା ଦେବା ସହ ଗଛ ମୂଳରେ ବସି ଅଫିସ କାର୍ଯ୍ୟ କରିଥିଲେ . ଘଟଣା ସମ୍ପର୍କରେ ନୟାଗଡ ଜିଲ୍ଲା ପ୍ରଶାସନକୁ ଜଣାଇ ମଧ୍ୟ କିଛି ଫଳ ନ ମିଳିବାରୁ ଜାତୀୟ ଅନୁସୂଚିତ ଜାତି ଏବଂ ଜନଜାତି କମିଶନର ଙ୍କୁ ଗୁହାରୀ କରିଥିଲେ ଅଧ୍ୟକ୍ଷା . ଘଟଣାରେ ହସ୍ତକ୍ଷେପ କରି ନୟାଗଡ ଜିଲ୍ଲା ପ୍ରଶାସନକୁ କଡା ନିର୍ଦ୍ଦେଶନାମା ଦେଇଥିଲେ ଜନଜାତି କମିଶନ ବିଭାଗର ଡେପୁଟି ଡ଼ାଇରେକ୍ଟର . ତେବେ ଏ ମଧ୍ୟରେ ବ୍ଲକ କାର୍ଯ୍ୟାଳୟ ଭିତରେ ଅଧ୍ୟକ୍ଷଙ୍କୁ କାର୍ଯ୍ୟାଳୟ ଚଳାଇବା ପାଇଁ ଏକ ଚାମ୍ବର ପ୍ରଦାନ କରାଯାଇଛି .

Leave a Reply

Your email address will not be published. Required fields are marked *