ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରେ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ମିଳିତ ଉଦ୍ୟମରେ ଏବଂ କୁରୁମପଡା ଭୈରବି କ୍ଳବ ଓ ବିଶ୍ୱ ଜୀବନ ସେବା ସଂଘର ସହଯୋଗରେ ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧ ଦିବସ ପାଳନ କରାଯାଇଛି । ଖୋର୍ଦ୍ଧା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରାଲି ବାହାରି ନୂଆ ବସଷ୍ଟାଣ୍ଡ ଦେଇ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ପ୍ଲା କାର୍ଡ ଧରି ନିଶା ମୁକ୍ତ ସମାଜ ଗଠନ ହୋଇ ପାରିଲେ ଏକ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ ବୋଲି ସ୍ଲୋଗାନ ଦେଇଥିଲେ । ଅବୈଧ ନିଶା ବ୍ୟବସାୟ ଓ ଚୋରା ଚାଲାଣକୁ ବନ୍ଦ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନିମନ୍ତେ ଜନସାଧାରଣଙ୍କୁ ଅବଗତ କରା ଯାଇଥିଲା । ଏତଦ ବ୍ୟତୀତ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଏକ ତର୍କ ପ୍ରତିଯୋଗିତାର ଆୟୋଜନ କରି ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରାଯିବ ବୋଲି ସ୍ଥିର ହୋଇଛି । ଏଥିରେ ଅବକାରୀ ବିଭାଗର ଇନିସପେକ୍ଟର ଭୈରବ ସାହୁଙ୍କ ସମେତ କର୍ମଚାରୀ ମାନେ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଚୋରା ଚାଲାଣ ବିରୋଧ ଦିବସ !!!

