ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ବାଣୀଗୋଛା ଗ୍ରାମ ପଞ୍ଚାୟତ ର ବିଭିନ୍ନ ସ୍ଥାନକୁ ଦଶପଲ୍ଲା ବିଧାୟକ ଗସ୍ତ କରିବା ସଙ୍ଗେ ସଙ୍ଗେ ଲୋକ ମାନଙ୍କ ସହ ଅଞ୍ଚଳ ର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ! ନୟାଗଡ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବ୍ଲକ୍ ଅନ୍ତର୍ଗତ କଳସାଖମଣ ଗ୍ରାମ ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ ଗସ୍ତ କରି ଅସୁବିଧା ବିଷୟରେ ପଚାରି ବୁଝିଥିଲେ ! ଦଶପଲ୍ଲା ବ୍ଲକ ଅନ୍ତର୍ଗତ ୯ ନଂ ଜୋନ ର ଡ୍ରାଇଭର ମହାସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ , ସେହିପରି ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଓସାମସ୍କା ଠାରେ ମା ପିତାବଳୀ କ୍ରିକେଟ୍ ଟୁର୍ନାମେଣ୍ଟ ର ଫାଇନାଲ ମ୍ୟାଚରେ ମାନ୍ୟବର ବିଧାୟକ ଅତିଥି ଭାବରେ ଯୋଗ ଦେଇଥିଲେ !
ଦଶପଲ୍ଲା ବିଧାୟକ ଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ !!!

