ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଡାହାଣୀ ସନ୍ଦେହ ରେ ଆଦିବାସୀ ମହିଳା ଙ୍କୁ ଗ୍ରାମବାସି ନିର୍ଯାତନା ଦେଇ ବାସନ୍ଦ କରିଥିବା ଅଭିଯୋଗ ହୋଇଛି । ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଗାଁ ଲୋକେ ମହିଳା ଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଥିବା ପ୍ରସଂଗ ରେ ରାସଗୋବିନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା । ତେବେ ସୂଚନା ମୂତାବକ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଝାଟିଅଡା ଗ୍ରାମ ରେ ଦେଖାଯାଇଛି ଏଭଳି ବର୍ବରତା । ବାଲି ହେମ୍ବ୍ରମ ନାମ୍ନୀ ମହିଳାଙ୍କ ମାଆ କୁ ଗାଁ ଲୋକେ ମାଡ଼ ମାରି, ରାତି ଅଧରେ ମହିଳାଙ୍କ ମା” ସମେତ ଦୁଇ ଛୋଟ ପିଲାଙ୍କୁ ଗାଁ ରୁ ତଡିଦେଇ ଜଙ୍ଗଲ ଭିତରେ ଛାଡି ଦେଇ ଗାଁ କୁ ନ ଫେରିବା ପାଇଁ ଚେତାବନୀ ଦେଇଥିଲେ । ମହିଳା ଙ୍କ ସ୍ବାମୀ ବାହାରେ ଦାଦନ ଖଟି ପରିବାର ପୋଷଣ କରୁଥିବା ବେଳେ, ଗ୍ରାମ ବାସିନ୍ଦାଙ୍କ ଆକ୍ରୋଶ ର ଶୀକାର ହୋଇଛନ୍ତି ମହିଳା ଓ ତାଙ୍କର ମାଆ । କିଛି ଦିନ ଆଗରୁ ଗାଁର ଏକାଧିକ ଯୁବକ ଅକାଳରେ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ଲୋକେ ଏହି ମହିଳା ଙ୍କୁ ଏବଂ ତାଙ୍କ ମା ଙ୍କୁ ଗୁଣି ଗାରେଡ଼ି ସନ୍ଦେହ ରେ ଦୋଷାରୋପ କରି ଗ୍ରାମ ର କଙ୍ଗାରୂ କୋର୍ଟରେ ଦଣ୍ଡିତ କରିଥିଲେ । ମହିଳା ଜଣଙ୍କୁ ଗାଁ ଲୋକେ ଘୋଷାରି ଘୋଷାରି ମାଡ଼ ମାରିବା ସହ ଦୂର୍ଗା ମାର୍ଣ୍ଡି ଘରେ ତାଙ୍କ ମାଆ ଙ୍କୁ ବାନ୍ଧି ରଖିଥିଲେ । ରାତିରେ ମା, ଝିଅ ଓ ଛୋଟ ପିଲା ଦୁଇଜଣ ସ୍ଥାନୀୟ ବିଦ୍ୟାଳୟ ରେ ଆତ୍ମଗୋପନ କରି ସକାଳେ ମହିଳା ଜଣକ ପ୍ରଥମେ ଅମରଦା ଫାଣ୍ଡି ପରେ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତ୍ଵ ମନେ କରି ରାସଗୋବିନ୍ଦପୁର ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ନିଜେ ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ଘଟଣାର ଆପୋଷ ସମାଧାନ ପାଇଁ ସମସ୍ତ ଗାଁ ଲୋକେ ଥାନାରେ ହାଜର ହୋଇଥିବା ବେଳେ , ପିଡିତାଙ୍କ ସ୍ବାମୀ ଉପସ୍ଥିତ ନଥିବାରୁ ସମାଧାନ ହୋଇପାରି ନଥିଲା । ମହିଳା ଙ୍କ ସ୍ବାମୀ ବାହାରୁ ଆସିଲା ପରେ ସମାଧାନ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି ।
ଡାହାଣୀ ସନ୍ଦେହ ରେ ମହିଳା ଙ୍କୁ ଆକ୍ରମଣ କରି ହରଡ଼ଘଣାରେ ଗ୍ରାମବାସୀ !!!

