ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡମ୍ବା ବ୍ଲକ ପକ୍ଷରୁ ବିଧାୟକ ବିଜୟ କୁମାର ଦଳବେହେରା ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ବଡମ୍ବା ବ୍ଲକ ମଣ୍ଡଳ ଉର୍ନୟନ ଅଧିକାରୀ ରମେଶ କୁମାର ଜେନା, ବଡ଼ମ୍ବା ପଞ୍ଚାୟତ ସମିତି ଅଧକ୍ଷ ରଘୁପତି ମହାନ୍ତି, ତହସିଲଦାର ଶାଶ୍ୱତ ରଞ୍ଜନ ଦାଶ, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ସ୍ଵର୍ଣଲତା ବେହେରା ଉପସ୍ଥିତ ଥିଲେ । ପ୍ରଥମେ ବିଧାୟକ ପହଂଚି ବ୍ଲକ ପରିସରରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ ! ବ୍ଲକ ସଭାଗୃହ ରେ ଆୟୋଜିତ ସଭାରେ ସମସ୍ତ ବିଭାଗ ଅଧିକାରୀ ମାନେ ବିଧାୟକ ଙ୍କୁ ପୁଷ୍ପ ଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଥିଲେ । ବିଧାୟକ ଉକ୍ତ ସଭାରେ ସମସ୍ତ ଅଧିକାରୀ ମାନଙ୍କୁ କୃତଜ୍ଞତା ଜଣାଇବା ସହ ନିଜର କର୍ମ କୁ ଏପରି କରିବା କୌଣସି ସାଧାରଣ ଲୋକଟିଏ କୌଣସି ଅସୁବିଧାର ସମ୍ମୁଖୀନ ହେବନାହିଁ ବୋଲି କହିଥିଲେ ।
ବଡମ୍ବା ବ୍ଲକ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା !!!

