ତାଳବସ୍ତ କପିଳେଶ୍ଵର ନାଟ୍ୟ ସଂସଦ ତରଫରୁ ନାଟକ ମଞ୍ଚସ୍ଥ !!!

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବାବା କପିଳେଶ୍ଵର ନାଟ୍ୟ ସଂସଦ ତରଫରୁ ତାହାର ନବମ ଅବଦାନରେ ଉଭୟ ନବୀନ ଓ ପ୍ରବୀଣ କଳାକାର ମାନଙ୍କୁ ନେଇ ସାମାଜିକ ନାଟକ “ଦୁଃଖ ସରିବନି ମରିବା ଯାଏଁ ” ମଞ୍ଚସ୍ଥ ହୋଇ ଯାଇଅଛି | ଉକ୍ତ ନାଟକଟି ରଜ ମହୋତ୍ସବ କମିଟି ପରିଚାଳନାରେ ତାଳବସ୍ତ ରଜ ମହୋତ୍ସବ ପଡିଆରେ ଅନୁଷ୍ଠିତ ହୋଇଥିଲା | ବାଙ୍କୀ ବିଧାୟକ ଶ୍ରୀଯୁକ୍ତ ଦେବୀରଞ୍ଜନ ତ୍ରିପାଠୀ ଫିତା କାଟି ନାଟକଟିକୁ ଉଦଘାଟନ କରିଥିଲେ | ସମାଜସେବୀ ରାଜୁ ମହାନ୍ତି, ଅବିନାଶ ପଟ୍ଟନାୟକ, ସମବାୟବିତ ବିପିନ ବିହାରୀ ପ୍ରଧାନ, ତାଳବସ୍ତ ଗ୍ରା. ପଂଚାୟତ ସରପଞ୍ଚଙ୍କ ପ୍ରତିନିଧି ଆଲୋକ କୁମାର ସାହୁ, ଯୁବ ଶିଳ୍ପଦ୍ୟୋଗୀ ଅକ୍ଷୟ କୁମାର ବେହେରା, ନାଏବ ସରପଞ୍ଚ ଗଦାଧର ବସ୍ତି, ମିଟୁ ବସ୍ତି, ବୟୋଜଷ୍ଠ ନାଗରିକ ଶ୍ୟାମ ସୁନ୍ଦର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗହଳିର ବଣମଲ୍ଲୀ ମାନଙ୍କୁ ଲୋକ ଲୋଚନକୁ ଆଣିବାର ପ୍ରାୟସକୁ ସାଧୁବାଦ ଜଣାଇଥିଲେ ନିମନ୍ତ୍ରିତ ଅତିଥିବୃନ୍ଦ | ଯୁବ ନିର୍ଦେଶକ ଓ ଲେଖକ ବିନୋଦ ବିହାରୀ ମାର୍ଥା ନାଟକଟିର ନିର୍ଦେଶନା ଭାର ବହନ କରିଥିଲେ | ଉଦଘାଟନ ସମୟରେ ତାଳବସ୍ତ ଗ୍ରାମବାସୀ ବୃନ୍ଦ, ବାବା କପିଳେଶ୍ଵର ନାଟ୍ୟ ସଂସଦର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳାର ସହ ଶେଷ ପର୍ଯ୍ୟନ୍ତ ନାଟକଟିକୁ ଉପଭୋଗ କରିଥିଲେ | ନାଟକର ପ୍ରମୁଖ ବିଭାଗରେ ଶ୍ରୀରାମ କମିଟି ଆବାହକ ଯୁବ କଳାକାର ବିଶ୍ୱ ରଞ୍ଜନ ସ୍ୱାଇଁ, ସଂଗ୍ରାମ ରାଜ, ନିତ୍ୟାନନ୍ଦ ବସ୍ତି, ଦେବରାଜ ବେହେରା, ମାନସ ମୁଦୁଲି, କାଳନ୍ଦୀ ସାହୁ, ମନୋଜ ସାହୁ ଏବଂ ସାଥୀ କଳାକାର ଅଭିନୟ କରିଥିଲେ | ଆୟୋଜନ ଏବଂ କଳାକାର ମାନଙ୍କୁ ଉଦଘାଟକ ଦେବୀରଞ୍ଜନ ତ୍ରିପାଠୀ ଉତ୍ତରୀୟ, ସିଲିଡ଼ କପ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ | ଶେଷରେ ସକ୍ରିୟ ସଭ୍ୟ ଦେଵ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ ନାଟକଟିର ବାଦ୍ୟଯନ୍ତ୍ର ଓ ଆଲୋକ (ଚିତ୍ରକଳା) କାର୍ଯ୍ୟକର୍ତ୍ତା ମାନଙ୍କୁ ତ୍ରିଲୋଚନ ପରିଡା , ପ୍ରସନ୍ନ କୁମାର ସାହୁ ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *