ସୁକିନ୍ଦା ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଓଡ଼ିଶା ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ରାମକୀ ଲିମିଟେଡ଼ ଫାଟକ ସମ୍ମୁଖରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଶତାଧିକ ବିଜେପି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ସ୍ଥାପିତ ରାମକି ପ୍ଲାଣ୍ଟକୁ ନେଇ ଏବେ ରାଜନୈତିକ ଉଷ୍ମତା ରହିଥିବାବେଳେ ସମସ୍ତ ରାଜନୈତିକ ଦଳ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପ୍ରଦାନ ଦାବୀ କୁ ମୁଖ୍ୟ ଅସ୍ତ୍ର କରିଛନ୍ତି l ତେବେ ଏଥିରୁ ବାଦ ପଡି ନାହିଁ ସ୍ଥାନୀୟ ବିଜେପି ଦଳ l ସୁକିନ୍ଦା ବିଧାୟକ ପ୍ରାର୍ଥୀ ଡ଼.ପ୍ରଦୀପ ବଳସାମନ୍ତ , ଯୁବ ନେତା ବିଶ୍ୱଜିତି ରାଜ, ସରୋଜ ବାରିକ, ପ୍ରତିଭା ଚକ୍ରଙ୍କ ନେତ୍ୱ ରେ ଶତାଧିକ ବିଜେପି କର୍ମ ରାମକୀ ପ୍ଲାଣ୍ଟ ଫାଟକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ବିକ୍ଷୋଭ ସ୍ଥଳରେ କଳିଙ୍ଗ ନଗର ଅତିରିକ୍ତ SP ଓ ସୁକିନ୍ଦା ତହସିଲଦାର ପହଁଚିଥିଲେ l ବିଜେପି ଦଳର ସାତ ଜଣିଆ କମିଟି ରାମକି କତ୍ତୃପକ୍ଷଙ୍କୁ ନିଜର ଦାବି ପତ୍ର ପ୍ରଦାନ କରି ଦ୍ୱିପାକ୍ଷିକ ଆଲୋଚନା କରିଥିଲେ l ତେବେ ଆଲୋଚନା ରେ ରାମକୀ କତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ନିଯୁକ୍ତି କୁ ଗୁରୁତ୍ୱ ଦେଇ ଯୋଗ୍ୟତା ଅନୁସାରେ ନିଯୁକ୍ତି ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିବାରୁ ବିଜେପି ଆନ୍ଦୋଳନ ପ୍ରତ୍ୟାହାର କରିଥିବା ସୂଚନା ମିଳିଛି l