ରାସ୍ତା ଓ ପାଣି ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାୟଗଡ଼ ବ୍ଳକ ଅନ୍ତର୍ଗତ ଏସ୍ କରଡାସିଂ ପଞ୍ଚାୟତର କରଣ ସାହି ଗାଁ ର ଜନସାଧାରଣ ଓ ଲାଇଲାଇ ପଞ୍ଚାୟତ ବିଷମ ପାଢି ଗାଁ ଜନ ସାଧାରଣ‌ ରାସ୍ତା ସମସ୍ୟା ଓ ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏସ୍ କରଡା ସିଂ ପଞ୍ଚାୟତର କରଣ ସାହି ଗ୍ରାମରେ ତିନି ଶହରୁ ଉର୍ଦ୍ଧ୍ବ ଜନସାଧାରଣ ବସବାସ କରୁଥିବା ବେଳେ ଗ୍ରାମକୁ ନା ଭଲ ସଡକ ଟିଏ ଅଛି, ନା ପକ୍କା ରାସ୍ତା ଅଛି । ସେହିପରି ରାୟଗଡ ବ୍ଳକ ଅନ୍ତର୍ଗତ ଲାଇଲାଇ ପଞ୍ଚାୟତର ବିଷମ ପାଡି ଗ୍ରାମ ରେ ପକ୍କା ରାସ୍ତା ନାହିଁ କି ପାନୀୟ ଜଳର ସମସ୍ୟା ରହିଛି । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିବା ସତ୍ତ୍ବେ ସମସ୍ୟା ଦୂର ହେଉନାହିଁ, ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ ତେଣୁ ବାରମ୍ବାର ଗ୍ରାମବାସୀ ବ୍ଲକ ପ୍ରଶାସନରୁ ଜିଲ୍ଲାପ୍ରଶାସନ ପର୍ଯ୍ୟନ୍ତ ଗୁହାରୀ କରି ଥିଲେ ମଧ୍ୟ ରାସ୍ତା ସମସ୍ୟା ଓ ପାନୀୟ ଜଳର ସମସ୍ୟା ଦୂର ହେଉନାହିଁ। ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର ଦାସଙ୍କୁ ପ୍ରଦାନ କରିଛନ୍ତି।ବର୍ତ୍ତମାନ ସମସ୍ୟାର ସମାଧାନ ହେବ ବୋଲି ଗ୍ରାମବାସୀ ଆଶା ରଖିଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *