ଵୃଦ୍ଧାଶ୍ରମରେ ଶୀତବସ୍ତ୍ର ପ୍ରଦାନ !!

0
418

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ବାସ କରୁଥିବା ବୟସ୍କ ଅନ୍ତେବାସୀ ମାନଙ୍କୁ ନୟାଗଡ କାନାରା ବ୍ୟାଙ୍କ ଶାଖା ତରଫରୁ ଶୀତବସ୍ତ୍ର ସ୍ୱରୂପ ଗୋଟିଏ ଗୋଟିଏ କମ୍ବଳ ବଣ୍ଟନ କରାଯାଇଛି । ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାନାରା ବ୍ୟାଙ୍କ ର ୧୧୫ ତମ ପ୍ରତିଷ୍ଠା ଦିବସ ସମର୍ପଣ ବୃଦ୍ଧାଶ୍ରମରେ ପାଳିତ ହୋଇ ଯାଇଛି । ସର୍ବପ୍ରଥମେ କାନାରା ବ୍ୟାଙ୍କର ପ୍ରତିଷ୍ଠାତା ଏ.ସୁବାରାଓ ପାଇଙ୍କ ପ୍ରତିଛବିରେ ଫୁଲ ଧୂପ ଅର୍ପଣ କରି ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାନାରା ବ୍ୟାଙ୍କ ନୟାଗଡ଼ ଶାଖାର ପରିଚାଳକ ପ୍ରଣବ କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବ୍ୟାଙ୍କର ବିତରଣ ଅଧିକାରୀ ସୌମ୍ୟ ସୁନ୍ଦର ଦାଶ ଯୋଗଦେଇ ସମାଜସେବା କାର୍ଯ୍ୟକ୍ରମ ସହିତ ବ୍ୟାଙ୍କର ପ୍ରତିଷ୍ଠା ଦିବସ ବିଷୟରେ ଆଲୋଚନା କରିଥିଲେ । ବାର୍ଦ୍ଧକ୍ୟ ଅବସ୍ଥାରେ ଅବତୀର୍ଣ୍ଣ ପ୍ରତ୍ୟକ ବୃଦ୍ଧବୃଦ୍ଧା ମାନଙ୍କ ପ୍ରତି ସମସ୍ତଙ୍କର କିଛି ନା କିଛି କର୍ତ୍ତବ୍ୟ ଅଛି ବୋଲି ମତ ପ୍ରକାଶ କରିଥିଲେ ଉପସ୍ଥିତ ଅତିଥିମାନେ । ସମର୍ପଣର ସଂପାଦକ ଅରୁଣ କୁମାର ମହାନ୍ତି ବ୍ୟାଙ୍କର ଏହି ଭଳି ସମାଜସେବା କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲା ବେଳେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଦସ୍ୟ ସମାଜସେବୀ ଶ୍ରୀଧର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here