ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସଭା ଗୃହ ଠାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଆଇନ୍ ମନ୍ତ୍ରୀ,ଅବକାରୀ ଏବଂ ପୂର୍ତ୍ତ ବିଭାଗ, ଓଡ଼ିଶା ସରକାର ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ,ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ, ମୋହନା ବିଧାୟକ ଦାଶରଥି ଗୋମାଙ୍ଗ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର କାମଦେଵ ବଡ଼ନାୟକ,ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଦୟାମୟ ପାଢ଼ୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ,ବନଖଣ୍ଡ ଅଧିକାରୀ କେ ନାଗରାଜୁ,ଗଜପତି ଏସ୍ ପି ପ୍ରହ୍ଲାଦ ସାହାନ ମିନା, ଏମ୍ ପି ପ୍ରତିନିଧି ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ବନ୍ଦେ ଉତ୍କଳ ଜନନୀ ଓ ବନ୍ଦେ ମାତରଂମ୍ ଗାନ କରାଯାଇଥିଲା।ଡେପୁଟି ଡ଼ାଇରେକ୍ଟର ପ୍ଲାନିଙ୍ଗ ଷ୍ଟାଟାଷ୍ଟିକ ପ୍ରକାଶ ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।ଜିଲ୍ଲା ପାଳ ଗଜପତି ଜିଲ୍ଲାର ଦୁଇ ବର୍ଷର ବିକାଶ ର ବିବରଣୀ ପ୍ରଦାନ କରିଥିଲେ।ଜିଲ୍ଲାର କିପରି ବିକାଶ ହେବ ।ଆଗକୁ ବିକାଶରେ କଣ କଣ ଯୋଜନା ରହିଛି ତା ଉପରେ ବିସ୍ତ୍ରୁତ ଆଲୋଚନା ହୋଇଥିଲା । ଶେଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *