ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ସଂପର୍କରେ ବାଙ୍କୀ ଥାନାରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଥାନା ପରିସରରେ ଆମ ପୋଲିସ୍ ସମିତି ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଙ୍କୀ ଉପଖଣ୍ଡ ପୋଲିସ୍ ଅଧିକାରୀ ବିଜୟ କୁମାର ମହାପାତ୍ର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଏହି ଆଇନ୍‌ର ତର୍ଜମା କରିବା ସହିତ ପ୍ରତ୍ୟେକ ପିଡିତଙ୍କୁ ସୁନିଶ୍ଚିତ ନ୍ୟାୟ , ମହିଳା ଓ ଶିଶୁଙ୍କ ସୁରକ୍ଷାକୁ ପ୍ରାଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ୍ ସମୟରେ ମାମଲାର ବିଚାର, ଅନଲାଇନ୍ ଏଫଆଇଆର୍‌ର ସୁବିଧା, ଡିଜିଟାଲ୍ ଏଫ୍‌ଆଇଆର୍ ର ବ୍ୟବାହାର , ସ୍ପଷ୍ଟ ଓ ସ୍ୱଚ୍ଛ ଅନୁସନ୍ଧାନ ପାଇଁ ସାକ୍ଷୀର ବିବୃତି ଓ ଯାଞ୍ଚର ଅଡିଓ ,ଭିଡିଓ ରେକର୍ଡ ବ୍ୟବସ୍ଥା ସଂପର୍କରେ ବିସ୍ତୃତ ଭାବରେ ବୁଝାଇଥିଲେ । ବାଙ୍କୀ ଥାନା ଅଧିକାରୀ ଶିବଚରଣ ବେହେରା ସ୍ୱାଗତ ଭାଷଣ ଦେଇ ଏହି ସବୁ ଆଇନର କିପରି କାର୍ଯ୍ୟକାରିତା କରାଯିବ ସେ ସଂପର୍କରେ ଆଇନଜୀବୀ , ଗଣମାଧ୍ୟମ ପ୍ରତିନିଧି ଓ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରିଥିଲେ । ଏଥିରେ ସରକାରୀ ଓକିଲ ସନ୍ତୋଷ କୁମାର ରଣା, ସନ୍ତୋଷ କୁମାର ମିଶ୍ର, ଆଇନଜୀବୀ ବିଶ୍ୱପ୍ରସାଦ ରଥ , ପ୍ରେସ କ୍ଲବ ଉପସଭାପତି ସମରେନ୍ଦ୍ର ମହାପାତ୍ର, ଆଇନ୍‌ଜୀବୀ ଆଲୋକ ରଶ୍ମି ସାମନ୍ତରାୟ, ଭାଗ୍ୟଧର ନାୟକ ଏବଂ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ, ପ୍ରେସ କ୍ଲବ ସଭାପତି ବଳଭଦ୍ର ପଣ୍ଡା ପ୍ରମୁଖ ଆଇନ୍ ସଂପର୍କରେ ତର୍ଜମା କରି ଉପସ୍ଥିତ ଲୋକ ମାନଙ୍କୁ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ କାଶିନାଥ ମହାପାତ୍ର, ନୀଳମଣି ମହାପାତ୍ର , ଅସୀତ ବରଣ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *