ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସରକାରୀ ଉଚ୍ଚ ବିଦ୍ୟାଳୟ, ଜାଜପୁର, ଗୋଷାଣୀ ବ୍ଲକ ଠାରେ ପୂର୍ବତନ ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ମାୟାଧର ସାହୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବର ଉଦ୍ଘାଟନ କରିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୋନୋଜ ରଞ୍ଜନ ଦଳାଇ, ଗୋଷ୍ଟି ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ, କାଶୀନଗର,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା, ଓଷ୍ଟା ସଂପାଦକ ପ୍ରଫୁଲ୍ଲ ମାହାନ୍ତି, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଏ ରବି କୁମାର ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ୩୫ ବର୍ଷର ଶିକ୍ଷକତା , ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଓ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟର ସଫଳତା କୁ ପ୍ରଶଂସା କରିଥିଲେ ଓ ତାଙ୍କର ଭବିଷ୍ୟତ ଜୀବନ ସୁଖମୟ ପାଇଁ କାମନା କରିଥଲେ। ଭାରପ୍ରପ୍ତ ପ୍ରଧାନ ଶିକଷୟିତ୍ରୀ ନର୍ମଦା ଦେଇ ସଭାପତିତ୍ୱ କରିଥିଲେ ।ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା, DPC କାର୍ଯ୍ୟାଳୟ ର ସମସ୍ତ କର୍ମକର୍ତ୍ତା,ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଶିକ୍ଷୟତ୍ରୀ, ସହକାରୀ ଶିକ୍ଷକ ଓ ଯାଜପୁର ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଓ ଛାତ୍ର/ଛାତ୍ରୀ ଯୋଗଦେଇ କାର୍ଯ୍ୟ କ୍ରମକୁ ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *