ଜନ୍ମ ମାଟି ମୁଣ୍ଡାପାଲି ରେ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ନିଜ ଜନ୍ମ ମାଟି ମୁଣ୍ଡାପାଲି ରେ ଅବସର ପ୍ରାପ୍ତ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧନା ! ମୁଣ୍ଡାପାଲି ଗ୍ରାମବାସିଙ୍କ ତରଫରୁ ମଧୁସୂଦନ ଦେବତାଙ୍କ ଅବସର ସମ୍ବର୍ଦ୍ଧନା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ଗ୍ରାମବାସୀ ଶ୍ରୀଯୁକ୍ତ ଦେବତାଙ୍କୁ ଏକ ବିରାଟ ଶୋଭାଯାତ୍ରା କରି ଗ୍ରାମ ପରିକ୍ରମା କରିଥିଲେ । ତାଙ୍କର ଚାକିରି ସମୟ ମଧ୍ୟ ରେ ବିତି ଯାଇଥିବା ଅନେକ ସ୍ମୃତି ଗାନ କରିଥିଲେ । ଗ୍ରାମର ଅନେକ ବ୍ୟକ୍ତି ବିଶେଷ ମଧ୍ୟ ଶ୍ରୀଯୁକ୍ତ ଦେବତା ଏକ ଅଦ୍ୱିତୀୟ ବ୍ୟକ୍ତିତ୍ଵ ବୋଲି ବିବେଚନା କରିଥିଲେ । ତାଙ୍କ ପରି ସରଳ, ନିଷ୍କପଟ, ନିରପେକ୍ଷ, ମିଷ୍ଟଭାଷୀ ମଣିଷ ଏବେକାର ଦୁନିଆରେ ବିରଳ ବୋଲି ନିଜ ବକ୍ତବ୍ୟରେ କହିଥିଲେ ।

Leave a Reply

Your email address will not be published. Required fields are marked *