ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବନ ବିଭାଗ ପକ୍ଷରୁ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବନ ବିଭାଗ ସହଯୋଗରେ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣତରଫରୁ ଆଜି ତା 03.07.2024 ରିଖ ରେ ବନ ମହୋତ୍ସବ ସପ୍ତାହ ପାଳନ ଉଦ୍ଦେଶ୍ୟରେ ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଛି I ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲା ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଣବ କୁମାର ରାଉତରାୟ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବ ଗଛ ଟିଏ ବୃକ୍ଷରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥଲେ I ଅନ୍ୟତମ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍ ଆନନ୍ଦ, ମାନ୍ୟବର ADJ, ମାନ୍ୟବର CJM , କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ I ଏହି ଅବସରରେ ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ କହିଛନ୍ତି ଯେ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ କରି ପରିବେଶର ସୁରକ୍ଷା କରିବା ଉପରେ ଜନସଚେତନତା କରିଥଲେ I ସେହିଭଳି ବନଖଣ୍ଡ ଅଧିକାରୀ ଶ୍ରୀ ଏସ ଆନନ୍ଦ କହିଥିଲେ କି ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗୋଟିଏ ଗଛ ଲଗାଇ ପରିବେଶ କୁ ସବୁଜମୟ କରିବା ପାଇଁ ନିବେଦନ କରିଥଲେ I ଏହି କାର୍ଯ୍ୟକ୍ରମ ରେ ପିଜୁଳି, ଜାମୁକୋଳି, ଆମ୍ୱ, ସିତାଫଳ, ଇତ୍ୟାଦି ବୃକ୍ଷରୋପଣ କରାଯାଇଥିଲା I ଏହି କାର୍ଯ୍ୟକ୍ରମ କୁ ପ୍ରାଧିକରଣ ର କର୍ମଚାରୀ ସମେତ ଦେବଗିରି ବନାଞ୍ଚଳ ର ବନାଞ୍ଚଳ ଅଧିକାରୀ ଶ୍ରୀ ବ୍ରହ୍ମାନନ୍ଦ ସାହୁ, ଫରେଷ୍ଟର ଶ୍ରୀ P ଭେଙ୍କଟ ରମଣ, ଶ୍ରୀ ସନ୍ତୋଷ କୁମାର ପରିଛା, ବନରକ୍ଷୀ ଶ୍ରୀ ପ୍ରସାଦ ନାୟକ,ପୁଷ୍ପଲତା ପଣ୍ଡା ଏବଂ ପାରା ଫରେଷ୍ଟ ଷ୍ଟାଫ୍ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥଲେ !

Leave a Reply

Your email address will not be published. Required fields are marked *