କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ବିଗତ ଛ ଟି ନିର୍ବାଚନରେ ଖର୍ଚ୍ଚ ହୋଇଛି ୮୮ କୋଟି ଟଙ୍କା ! ନିଜର ବୟାନ କୁ ନେଇ ଏବେ ଚର୍ଚାରେ ଅଛନ୍ତି ବିଜେଡି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ! ଚିଟଫଣ୍ଡ କେଶ ରେ ଅଭିଯୁକ୍ତ ହେବା ପରେ ଲଗାତାର ଦୁଇଟି ନିର୍ବାଚନରେ ତାଙ୍କୁ ମିଳିଲାନି ଦଳୀୟ ଟିକେଟ ! ତେବେ ଚଳିତ ଥର ତାଙ୍କ ପୁଅକୁ ଟିକେଟ ମିଳିବା ଦିନ ହିଁ ତାଙ୍କର ଏକ ଅଡିଓ କ୍ଲିପ କୁ ଭାଇରାଲ କରିଥିଲେ ଅନ୍ୟ ଜଣେ ଟିକେଟ ଦାବୀଦାର ! ଉକ୍ତ ଅଡିଓ ରେ ଦଳୀୟ ନେତା ବବି ଦାସ ଏବଂ ତତ୍କାଳୀନ କ୍ଷମତା କେନ୍ଦ୍ର ପାଣ୍ଡିଆନ ଙ୍କୁ ନେଇ ରହିଥିଲା ଆପତ୍ତିଜନକ ଟିପ୍ପଣୀ ! ଏଭିତରେ ନିର୍ବାଚନ ମଧ୍ୟ ସରି ଯାଇଛି ! ଏବେ ପୁଣି ଥରେ ନିଜ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ ଏକ ବୟାନ କୁ ନେଇ ଚର୍ଚ୍ଚା କୁ ଆସିଛନ୍ତି ପ୍ରଭାତ ବିଶ୍ୱାଳ ! ବିଜେଡି ନେତା ବୋଲି ଆଗରୁ ଯାହା କହିଲେ ଚଳୁଥିଲା , ହେଲେ ଏ ଭିତରେ ବଦଳିଛି ରାଜ୍ୟ ଶାସନ ! ପ୍ରଭାତଙ୍କ ବୟାନ କୁ ନେଇ ଉଠିଲାଣି ପ୍ରଶ୍ନ – ସେ କୋଉଠୁ ଆଣିଲେ ଏତେ ଟଙ୍କା , ସେସବୁ ଟଙ୍କା ର ଆୟକର ଦିଆ ଯାଇଛି ତ ?? ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ପରେ ଏବେ ହରଡ଼ଘଣାରେ ବିଜେଡି ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ !

