ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଗେଟକୁ ତାଲା ପକାଇଲେ ଅଭିଭାବକ !!!

Spread the love

ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଦାନଗଦି ବ୍ଲକ ଅନ୍ତର୍ଗତ ଟୋଲକାନି ଗ୍ରାମ ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟ ଗେଟକୁ ଶୁକ୍ରବାର ଦିବା 10:30 ମିନିଟ ସମୟରେ ତାଲା ପକାଇଲେ ଅଭିଭାବକ । ସୂଚନା ମୁତାବକ ଝାଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସବୁଦିନ ସ୍କୁଲକୁ ବିଳମ୍ବରେ ଆସିବା ଓ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେଉଥିବା ଅଭିଯୋଗରେ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ମୁଖ୍ୟ ଗେଟରେ ତାଲା ପକାଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *