ଗୁଣ୍ଡିଚା ବାଡ଼ି ରେ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗୁଣ୍ଡିଚାବାଡ଼ି ଠାରେ ଅନ୍ନ ପ୍ରସାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବର୍ଷା ସତ୍ତ୍ୱେ ବହୁ ଭକ୍ତ ପ୍ରସାଦ ସେବନ କରିବା ସକାଶେ ପହଞ୍ଚିଥିଲେ । ଠାକୁରଙ୍କୁ ଅନ୍ନ ଭୋଗ ହେଲା ପରେ ମନ୍ଦିର ସେବାୟତ ମାନେ ପ୍ରସାଦ ସେବନ କରିଥିଲେ । ଭକ୍ତ ମାନଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା । ରଥଯାତ୍ରା ଅନ୍ନ ପ୍ରସାଦ କମିଟି ପକ୍ଷରୁ ଗୁଣ୍ଡିଚା ବାଡିରେ ପ୍ରତିଦିନ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ ଜାରି ରହିବ । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଅନୁପ ପଣ୍ଡା ଉପସ୍ଥିତ ରହିଥିବା ବେଳେ ପାରଳା ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଉପସ୍ଥିତ ରହି ପ୍ରସାଦ ବଣ୍ଟନ କରିଥିଲେ । ତତ ସହିତ ରଥଯାତ୍ରା ଅନ୍ନ ପ୍ରସାଦ କମିଟିର ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *