ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ । ଏଠାରେ ନିରୀହ ଆଦିବାସୀ ମାନେ ବସବାସ କରନ୍ତି । ଏମାନଙ୍କ ଲାଗି ରାଜ୍ୟ ସରକାର ହୁଅନ୍ତୁ ଅବା କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ଅର୍ଥ ବ୍ୟୟ କରିଛନ୍ତି । ତେବେ ଗଜପତି ଜିଲ୍ଲା ମୋହନା ବ୍ଲକ ପାଣିଗଣ୍ଡା ପଞ୍ଚାୟତ କୁଟୁଣିଗଣ୍ଡା ଗ୍ରାମ ଆଜକୁ ପ୍ରାୟ ୨୫ ଦିନ ଧରି ଅନ୍ଧାର ରେ ବିତୁଛି ଜୀବନ । ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ TATA କମ୍ପାନୀର କୌଣସି କର୍ମଚାରୀ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏପରିକି ଦୁର୍ଗମ ରେ ଥିବାରୁ ମଧ୍ୟ TATA ପାୱାର ଏଠାରେ ସଠିକ୍ ସେବା ଯୋଗାଇ ପାରୁନାହିଁ । ଛାତ୍ର ଛାତ୍ରୀ ମାନେ ମଧ୍ୟ ନିଜର ଭବିଷ୍ୟତ ଗଢ଼ିବାକୁ ବାଧା ଉପୁଜୁଛି , ଯାହାକି ଅନଲାଇନ୍ କ୍ଲାସ କରିବାକୁ ମଧ୍ୟ ମୋବାଇଲ ଚାର୍ଜ ହେଉନାହିଁ । ଏପଟେ ପଞ୍ଚାୟତରେ ମଧ୍ୟ କିରୋସିନ ମିଳୁ ନଥିବାରୁ ସନ୍ଧ୍ୟା ସମୟରେ ପାଠ ପଢା ଓ ହୋମ ୱର୍କ କରିପାରି ନାହାନ୍ତି ପିଲାମାନେ । ତେବେ ଦେଖାଯାଉ ଖବର ପ୍ରସାରଣ ପରେ କେବେ ସେମାନଙ୍କୁ ଆଲୁଅରେ ରଖିବେ TATA କଂପାନୀ ର ଅଧିକାରୀ ।
ଦୀର୍ଘ ୨୫ ଦିନ ଧରି ଅନ୍ଧାରରେ ଦୁର୍ଗମ ଅଞ୍ଚଳରେ ଥିବା କୁଟୁଣିଗଣ୍ଡା ଗ୍ରାମବାସୀ !!!

