ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ସେବା ମାନବ ଜୀବନର ବ୍ରତ ହେବା ଉଚିତ୍। ଏହି ବ୍ରତକୁ ଧାରଣ କରି ବସ୍ତି ତଥା ରେଲୱେ ଷ୍ଟେସନ ଓ ରାସ୍ତା କଡ଼ରେ ଜୀବନ କାଟୁଥିବା ଗରିବ ଓ ଅସହାୟ ତଥା ରୋଗୀ, ବୁଭୁକ୍ଷୁ,ଗରିବ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ଦ୍ବାରା ପରିଚାଳିତ କାର୍ଯ୍ୟକ୍ରମ “ମିଶନ ଅମୃତ ହସ୍ତମ୍” ଆଜକୁ ଦୀର୍ଘ ୨୩୦ ସପ୍ତାହ ଧରି ନିରବଚ୍ଛିନ୍ନ ଭାବରେ ଜାରି ରଖିଛି ତା’ର ସେବା କାର୍ଯ୍ୟ । ଗତ ଅଗଷ୍ଟ ୧୧ ତାରିଖରୁ ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଫାଉଣ୍ଡେସନର ଦିନ ସଂଖ୍ୟା ୧୬୦୪ରୁ ୧୬୧୦ ପର୍ଯ୍ୟନ୍ତ ସାତ ଦିନ ଧରି ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାରି ରହିଥିଲା ଏହି ସେବା କାର୍ଯ୍ୟକ୍ରମ। ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ , ବସ୍ତ୍ର, ବର୍ଷାତି ଆଦି ରିଲିଫ୍ ସହ ମାକ୍ସ, ସାନିଟାଇଜର, ହ୍ୟାଣ୍ଡ ଗ୍ଲୋବସ୍ , ମହିଳା ମାନଙ୍କୁ ନାପ୍କିନ୍ ଆଦି ବଣ୍ଟନ କରାଯାଉଥିବାର ଦେଖିବକୁ ମିଳିଛି। ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆନ୍ତର୍ଜାତିକ ଅଧ୍ୟକ୍ଷ ଡ଼ଃ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶକ୍ରମେ ଭୋଳା ଜେନା , ଶ୍ରୀକ୍ଷେତ୍ର ସାହୁ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ।
୨୩୦ ତମ ସପ୍ତାହରେ ପହଞ୍ଚିଲା ଚିନ୍ମୟ ଫାଉଣ୍ଡେସନର ମିଶନ ଅମୃତ ହସ୍ତମ୍ କାର୍ଯ୍ୟକ୍ରମ !!!

