ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମୌସୁମୀ ଆସିଲା ପରେ ପୃଥିବୀ ମା ସବୁଜ ରଙ୍ଗରେ ସଜେଇ ହୋଇଛି | ଅସହ୍ୟ ଗରମରେ ମରି ଯାଇଥିବା ଗଛ ସବୁ ନୂଆ ପତ୍ର ଦେଇଛି | ଉଭୟ ସରକାରୀ ଓ ବେସରକାରୀ ସହଯୋଗରେ ପ୍ରକୃତପ୍ରେମୀ ମାନଙ୍କ ତରଫରୁ ବନ ମହୋତ୍ସବ ସପ୍ତାହ ଠାରୁ ବୃକ୍ଷରୋପଣ ଏବଂ ପରିବେଶ ସଚେତନନା କାର୍ଯ୍ୟକ୍ରମ ଆରମ୍ବ ହୋଇଯାଇଛି | ବାଙ୍କୀର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ଆଦର୍ଶ ଯୁବ ପରିଷଦ ତରଫରୁ ବାଙ୍କୀ ନିର୍ବାଚନମଣ୍ଡଳୀର 30 ଜଣ ପରିବେଶବିତ ବୃକ୍ଷରୋପଣ ସ୍ବେଛାସେବୀଙ୍କୁ ସବୁଜ ବନାନୀ ସମ୍ମାନ 2024 ରେ ସମ୍ବର୍ଦ୍ଧିତ କରିଛି | ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସଭାଗୃହରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ରଙ୍କ ସଭାପତିତ୍ ଓ ବରିଷ୍ଠ କଵି ବଂଶୀଧର ମହାପାତ୍ରଙ୍କ ସଂଯୋଜନାରେ ବୃକ୍ଷରୋପଣ ଓ ପରିବେଶ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା |ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ନେହୁର ଯୁବ କେନ୍ଦ୍ରର ଉପ ନିର୍ଦେଶକ ଅଶୋକ କୁମାର ଦାଶ, ସମ୍ମାନିତ ଅତିଥି ଭାବେ ଡମପଡା ରେଞ୍ଜେର ନିରଞ୍ଜନ ମହାପାତ୍ର, ଅଧ୍ୟାପିକା ଜ୍ଞାନଦା ରଣା, ସମାଜସେବୀ କେଶବ ଚନ୍ଦ୍ର ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସବିତା ମହାନ୍ତି ଓ ମୁଖ୍ୟ ଅତିଥି ଭାବେ କଳିଙ୍ଗ ହସ୍ପିଟାଲର ମାନବ ସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ ନିତ୍ୟ ସୁନ୍ଦର ସିଆ ଯୋଗ ଦେଇଥିଲେ | ପରିବେଶ ସୁରକ୍ଷା ପାଇଁ ବୃକ୍ଷ, ମଣିଷ ଏବଂ ଜଙ୍ଗଲ ଜ ନ୍ତୁଙ୍କ ଭିତରେ କିପରି ଉତ୍ତମ ସନ୍ତୁଳନ ରକ୍ଷାକରା ଯାଇପାରିବ, ତାହା ଉପରେ ନିଜର ବକ୍ତବ୍ୟ ଅତିଥି ମାନେ ପ୍ରଦାନ କରିଥିଲେ | ଅତିଥିମାନଙ୍କ ଦ୍ଵାରା ଉପସ୍ଥିତ ଥିବା ଶତାଧିକ ସ୍ବେଛାସେବୀମାନଙ୍କୁ ପରିବେଶ ସୁରକ୍ଷା ପାଇଁ ଶପଥ ପାଠ କରାଯିବ ସହ ମହାବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା |ଉକ୍ତ ସଭାରେ ଅନୁଷ୍ଠାନର ଆବାହକ ସାମାଜିକ କର୍ମୀ ଅକ୍ଷୟ କୁମାର ସାମଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କଵି ଲଲାଟେନ୍ଦୁ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ |ମୁଖ୍ୟ ଅତିଥିଙ୍କ ଦ୍ଵାରା ସ୍ବେଛାସେବୀ ତଥା ନାରୀ ସଂଗଠକ ବାସନ୍ତୀ ମନ୍ତ୍ରୀ, ବିନୋଦିନୀ ରାଉତ, ତାଳବସ୍ତ ଶ୍ରୀରାମ କମିଟି ପ୍ରତିଷ୍ଠାତା ବିଶ୍ୱରଂଜନ ସ୍ୱାଇଁ, ଗାୟତ୍ରୀ ଦଳେଇ, କେଶବ ଚନ୍ଦ୍ର ସାହୁ, ଘୋଡ଼ାବରର ମା ବାଉତି ସେବା ସଂଗଠନ, ପ୍ରଦୀପ କୁମାର ଜେନା, ପ୍ରସନ୍ନ କୁମାର ସାହୁ,ସାଗର ଜେନା, ଶକୁନ୍ତଳା ମଲ୍ଲିକ, ସୁବ୍ରତ କୁମାର ନାୟକ, କଵି ରବିନାରାୟଣ ମଙ୍ଗରାଜ,ଶଶିଭୂଷଣ ତ୍ରିପାଠୀ, ସନ୍ତୋଷ କୁମାର ମଙ୍ଗୁଆଳ, ସିମା ରଣା, ସୀତାକାନ୍ତ ବେହେରା, ପଟ୍ଟଚିତ୍ର ଶିଳ୍ପୀ ତରୁଲତା ସାହୁ ପ୍ରମୁଖଙ୍କୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପାଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ |ସମସ୍ତ କାର୍ଯ୍ୟକ୍ରମକୁ କଵି ଶକୁନ୍ତଳା ମଲ୍ଲୀକ , ସାମାଜିକ କର୍ମୀ ସୁବ୍ରତ କୁମାର ନାୟକ ଓ ଯୁବ କଵି ତଥା ସମାଜସେବୀ ପ୍ରଦୀପ କୁମାର ଜେନା, ସାମ୍ବାଦିକ ଶୁଭେନ୍ଦୁ କୁମାର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ |
ବାଙ୍କୀର ତିରିଶ ଜଣ ପ୍ରକୃତିପ୍ରେମୀଙ୍କୁ ସବୁଜ ବନାନୀ ସମ୍ମାନ ପ୍ରଦାନ !!!

