ସୁନାବେଶ ରେ ଦର୍ଶନ ଦେଲେ ବାଣପୁର ର ଶ୍ରୀ ଶ୍ରୀ ରଙ୍କନାଥ ଦେବ ଓ ଶ୍ରୀ ଶ୍ରୀ ଚରଣ ଚକା ଦେବ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ବାହୁଡ଼ା ଯାତ୍ରା ରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ନେଇ ମାଉସୀ ମା ମନ୍ଦିରରୁ ଫେରିଛନ୍ତି ବଦ ଦେଉଳକୁ । ବାଣପୁର ବଜାର ସ୍ଥିତ ଶ୍ରୀ ଶ୍ରୀ ଚରଣ ଚକା ଦେବ ଓ ପଲଟଣ ପଡିଆ ସ୍ଥିତ ଶ୍ରୀ ଶ୍ରୀ ଚରଣ ଚକା ଦେବଙ୍କ ସୁନା ବେଶ ଅନୁଷ୍ଠିତ ହୋଇଯାଇଛି । ବଡ଼ଠାକୁରଙ୍କୁ ସୁନା ମୁକୁଟ, ଅଣ୍ଟା ବିଛା, ଶଙ୍ଖ ,ଚକ୍ର, ପାଦ ପୟର ଆଦି ସୁନା ଲାଗି କରାଯାଇଛି । ବିଭିନ୍ନ ସୁଗନ୍ଧିତ ପୁଷ୍ପରେ ଶ୍ରୀଅଙ୍ଗ ଙ୍କୁ ସଜାଯାଇଛି । ସ୍ଥାନୀୟ ଭକ୍ତ ମାନଙ୍କ ତରଫରୁ ବନ୍ଦାପନା କରାଯିବା ସହ ବିଭିନ୍ନ ଫଳ ଓ ମିଠା ଲାଗି ହୋଇଥିଲା । ସମଗ୍ର କାର୍ଯ୍ୟକ୍ରମ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇ ଯାଇଥିଲା । ସୁନା ବେଶ ଅବସରରେ ସନ୍ଧ୍ୟା ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।।

Leave a Reply

Your email address will not be published. Required fields are marked *