ଓଡିଶା ଆଦର୍ଶ ଯୁବ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ଓଡିଶା ଆଦର୍ଶ ଯୁବ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ । କେନ୍ଦ୍ରାପଡା ଜିଲ୍ଲା ଶ୍ୟାମସୁନ୍ଦରପୁର ପଞ୍ଚାୟତର ଗୁଣ୍ଡିଚା ବଟ ଠାରେ ଆଜି ବନମହୋତ୍ସବ ପାଳିତ ହୋଇଯାଇଛି !ଶ୍ୟାମସୁନ୍ଦରପୁର ଓଡିଶା ଆଦର୍ଶ ଯୁବ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ରେ ସଂଗଠନର ସଦସ୍ୟ ମାନେ ୨୦୦ ରୁ ଉର୍ଦ୍ଧ୍ବ ଵୃକ୍ଷ ରୋପଣ କରିଛନ୍ତି ! ଏହି ସଂଗଠନରେ ପ୍ରାୟ ୯୦ ରୁ ଉର୍ଦ୍ଧ୍ବ ସଦସ୍ୟ ମାନେ ଯୋଡିହୋଇ ତିନି ଚାରି ବର୍ଷ ହେବ ବିଭିନ୍ନ ସମାଜସେବା ସହିତ ଜନହିତକାରୀ କାର୍ଯ୍ୟକ୍ରମ କରି ଆସୁଛନ୍ତି । ତେବେ ଏହି ବନମହୋତ୍ସବ ପାଳନ ବା ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ଆଦର୍ଶ ସଂଗଠନ ପକ୍ଷରୁ ଗୁଣ୍ଡିଚା ବଟ ପରିସରରେ ବିଭିନ୍ନ କିସମର ଫୁଲ,ଫଳ ଏବଂ ଅନ୍ୟାନ୍ୟ ବୃକ୍ଷ ରୋପଣ କରାଯାଇଥିଲା । ୨୦୦ ଗଛ ଲଗାଯାଇଥିବା ବେଳେ ଆଗାମୀ ଦିନରେ ପାଖାପାଖି ଅଞ୍ଚଳର ବିଭିନ୍ନ ଜାଗାରେ ଗଛ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି ଓଡିଶା ଆଦର୍ଶ ଯୁବ ସଙ୍ଗଠନର ସଦସ୍ୟ ମାନେ । ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ପ୍ରକାଶ କର ଓ ସମ୍ପାଦକ ଅନୀଲ ସେନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ବୃକ୍ଷ ରୋପଣ କରିଥିବା ବେଳେ ସଂଗଠନର କର୍ମକର୍ତ୍ତା ମାନଙ୍କୁ ସହଯୋଗ କରିବା ସହିତ ଓଡିଶା ଆଦର୍ଶ ଯୁବ ସଂଗଠନକୁ କୃତଜ୍ଞତା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *