ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଏହି ଅବସରରେ ବିଗତ ବର୍ଷର ସଭାପତି ଡ. ମମତା ଦାଶ ଚଳିତ ବର୍ଷର ସଭାପତି ମଧୁଛନ୍ଦା ବଳଙ୍କୁ ଏବଂ ବିଗତ ବର୍ଷର ସମ୍ପାଦିକା ଚଳିତ ବର୍ଷର ସମ୍ପାଦକ ସଂଜୟ ଦାସଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲା 3262 ର ଆସନ୍ତା ବର୍ଷର ପ୍ରାନ୍ତପାଳ ମନୋଜ ତ୍ରିପାଠୀ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରି ଜିଲ୍ଲାର ବିଭିନ୍ନ ଜନ ହିତକର କାର୍ଯ୍ଯର ସୂଚନା ପ୍ରଦାନ କରିଥିଲେ । ରୋଟାରି ଗୃପ ବିଶ୍ଵରୁ ପୋଲିଓ ଭଳି ମାରାତ୍ମକ ରୋଗକୁ ହଟାଇବାରେ ମୁଖ୍ଯ କର୍ଣ୍ଣଧାର ସାଜିଛି । ପ୍ରତ୍ୟେକ ବର୍ଷ ରୋଟାରି ବିଭିନ୍ନ କାର୍ଯ୍ୟକ୍ରମ ଶିକ୍ଷା, ସ୍ୱାସ୍ଥ୍ଯ, ପରିମଳ ଏବଂ ପରିବେଶର ସୁରକ୍ଷା ନିମନ୍ତେ କାର୍ଯ୍ଯ କରି ଆସୁଛି । ମୁଖ୍ଯବକ୍ତା ପ୍ରାକ୍ତନ ପୋଲିସ ଅଧିକାରୀ ଅରୁପ୍ ପଟ୍ଟନାୟକ ରୋଟାରିର ବିଭିନ୍ନ ଜନହିତକର ଏବଂ ଗଠନମୂଳକ କାର୍ଯ୍ଯର ଭୂୟସୀ ପ୍ରଶଂସା କରିବା ସହିତ ରକ୍ତଦାନ କାର୍ଯ୍ୟକ୍ରମ ଉପରେ ଗୁରୁତ୍ଵାରୋପ କରିଥିଲେ । ଉପପ୍ରାନ୍ତପାଳ ରବୀନ୍ଦ୍ର ନାଥ ତ୍ରିପାଠୀ ଅନ୍ୟତମ ଅତିଥି ଭାବରେ ଯୋଗଦାନ କରି କ୍ଲବର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ କ୍ଲବର ସମସ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବାର ପ୍ରତିଶୃତି ଦେଇଥିଲେ ।
ରୋଟାରି କ୍ଲବ ଭୁବନେଶ୍ବର ଏକାମ୍ର କ୍ଷେତ୍ରର ଅଧିଷ୍ଠାନ ଉତ୍ସବ !!!

