ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ 2016 ଅନ୍ତର୍ଗତ ଅଧ୍ୟାୟ 13 ଓ 16 ଧାରା ନେଇ କର୍ମଶାଳା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ ଭିନ୍ନକ୍ଷମ ଅଧିକାର ଅଧିନିୟମ ଧାରା 2016 ଅନ୍ତର୍ଗତ ଅଧ୍ୟାୟ 13 ସ୍ୱତନ୍ତ୍ର ଅଦାଲତ ଓ ଅଧ୍ୟାୟ 16 ଅପରାଧ ଜୋରିମାନା ସମ୍ପର୍କିତ ଏକ ସ୍ୱତନ୍ତ୍ର ସଚେତନତା କର୍ମଶାଳା କାର୍ଯ୍ୟରତ ଆଇନ ରକ୍ଷକ ପୋଲିସ ଅଧିକାରୀ, ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଜିଲ୍ଲାର ଭିନ୍ନକ୍ଷମ ଅନୁଷ୍ଠାନ ସମର୍ଥ ପକ୍ଷରୁ ସି ସି ଡି ଓ ସାଇଡ ସେର୍ଭର ସହାୟତାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟତଃ ଥାନା FIR ରେ 2016 ମସିହାରେ ଭିନ୍ନକ୍ଷମ ଅଧିକାର ଆଇନ ଅଧ୍ୟାୟ 16 ରେ ଥିବା ଧାରା FIR ରେ ଯେତେବେଳେ ପର୍ଯ୍ୟନ୍ତ ନ ଆସିବ ସେତେବେଳେ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଦାଲତର କୌଣସି କାର୍ଯ୍ୟକାରିତା ହୋଇ ପାରିବ ନାହିଁ।ତେଣୁ ଏହି ଅଧିନିୟମ କାର୍ଯ୍ୟକାରି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି।ଭିନ୍ନକ୍ଷମ ଅନୁଷ୍ଠାନର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳା କାର୍ଯ୍ୟକ୍ରମରେ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ବ୍ରତତି ହରି ଚନ୍ଦନ ଏବଂ ଜିଲ୍ଲା ଦୌରା ଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମମାନଙ୍କ କ୍ଷେତ୍ରରେ ଅନ୍ୟ ମାନଙ୍କୁ ସୁସ୍ଥ ମାନସିକତାର ପରିବର୍ତ୍ତନ ଦରକାର କୋର୍ଟ ଅଛି ଏବଂ ଆମେ ମଧ୍ୟ ଆପଣ ମାନଙ୍କ ପାଇଁ ଅଛୁ ଏ ଦିଗରେ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ ହୋଇଛି ଏବଂ ତାର ଉପଯୁକ୍ତ କାର୍ଯ୍ୟକାରୀ ହେବା ପାଇଁ ପ୍ରତିଶ୍ରୁତି ଦେବା ସହ ପୋଲିସ ପ୍ରଶାସନକୁ FIR ରେ ଭାରତୀୟ ଆଇନ ସହ ଏହି ଧାରା ସଂଯୋଗ କରିବା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତି ଏସ କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡକ୍ଟର ଗୁଣନିଧି ନାୟକ, ସିଡିଏମ ଓ ଡକ୍ଟର ମୁବାରକ ଅଲ୍ଲି ପ୍ରମୁଖ ଯୋଗ ଦେଇ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ଯଦି ସମାନ ସୁବିଧା ସୁଯୋଗ ଦିଆଯିବ ତେବେ ସେମାନେ ମଧ୍ୟ ଏହି ସମାନ ସୁବିଧା ପାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ସୁସ୍ଥ ଜୀବନ ଯାପନ କରିବାରେ ସହାୟକ ହୋଇ ପାରିବେ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ସି ସି ଡି ମୁଖ୍ୟ ଏ. ଜଗନ୍ନାଥ ରାଜୁ ଓ ସମର୍ଥ ଅନୁଷ୍ଠାନର ଜିଲ୍ଲା ସମ୍ପାଦକ ସନ୍ତୋଷ ମହାରଣା ଯୋଗ ଦେଇ ଭିନ୍ନକ୍ଷମ ଅଧିକାର ନିୟମ 2016 ଧାରାର ଅଧ୍ୟାୟ 13 ଓ ଅଧ୍ୟାୟ 16 କାର୍ଯ୍ୟକାରୀତା ଓ ତାର ଉପକାରୀତା ବିଭିନ୍ନ ଦିଗରେ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ।ସି ସି ଡି ଅନୁଷ୍ଠାନ ମୁଖ୍ୟ ଏ. ଜଗନ୍ନାଥ ରାଜୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ପାରମ୍ଭିକ ସୂଚନା ଦେଇଥିବା ବେଳେ ଭିନ୍ନକ୍ଷମ ଅନୁଷ୍ଠାନର ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *