ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବରିଷ୍ଠ ସମାଜସେବୀ ତଥା ରାଜ୍ୟ ବିଜେପି ମୁଖପାତ୍ର ପ୍ରକାଶ ରଥ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରକୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । କଳିଙ୍ଗ ଐତିହ ସୁରକ୍ଷା ମଞ୍ଚ ର ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ଜ୍ଞାନଦୀପ ଫାଉଣ୍ଡେସନ ର ଅଧ୍ୟକ୍ଷ ରତ୍ନାକର ମହାନ୍ତି, ମିଶନ ରକ୍ତଦାନର ସମ୍ପାଦକ ଗୁନୁ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ନାରାୟଣ ବେହେରା, ପରିଚାଳନା କମିଟି ସଦସ୍ୟ ବିଭୂତି ଭୂଷଣ ସାହୁ, ରକ୍ତ ଭଣ୍ଡାର କର୍ମକର୍ତ୍ତା ପ୍ରଦୀପ ଦେହୁରୀ , ଭୁବନେଶ୍ଵରୀ ମିଶ୍ର ପ୍ରମୁଖ ଉପସ୍ଥିତି ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ଏବଂ ମିଶନ ରକ୍ତଦାନ ଅନୁଷ୍ଠାନ ତରଫରୁ ପ୍ରକାଶ ରଥଙ୍କୁ ସମ୍ମାନିତ କରାଯାଇଥିଲା। ଶିବିରରୁ ୨୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

Leave a Reply

Your email address will not be published. Required fields are marked *