ଗଜପତିର ଅନୁଶ୍ରବ ଙ୍କ ବିରଳ କୃତିତ୍ୱ : ଦୀର୍ଘ ୫ ବର୍ଷର ଯୁଦ୍ଧରେ ପାଇଲେ ଓଏଏସ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ବେବର୍ତ୍ତା ସାହିର ବିଜୟାନନ୍ଦ ଗନ୍ତାୟତ ଙ୍କ ସୁଯୋଗ୍ୟ ପୁତ୍ର ଅନୁଶ୍ରବ ଗନ୍ତାୟତ ଓଏଏସ୍ ପାଇବା ପାଇଁ ଯୋଗ୍ୟ ହୋଇଛନ୍ତି। ଦୀର୍ଘ ୫ ବର୍ଷର ସଂଗ୍ରାମ ପରେ ସେ ଏହି ବିରଳ କୃତିତ୍ୱ ହାସଲ କରି ପାରିଛନ୍ତି । ନିଟ୍ ରାଉରକେଲାରୁ କୃତିତ୍ୱ ହାସଲ କରିଥିବା ଅନୁଶ୍ରବ ୨଼୦୧୭-୧୮ ଓପିଏସ୍ ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଲିଖିତ ଓ ମୌଖିକ ପରୀକ୍ଷାରେ ୧୩୬୫ ମାର୍କ ରଖିଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ ତାଙ୍କ ଠାରୁ କମ୍ ମାର୍କ ରଖିଥିବା(୧୩୦୨-୧୦୬୫) ପ୍ରାର୍ଥୀ ମାନଙ୍କୁ ଚୟନ କରାଯାଇଥିଲା । ଏଥିରେ ସେ ମର୍ମାହତ ହୋଇ ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ତଥା ରାଜ୍ୟ ପ୍ରଶାସନ ଟ୍ରିବ୍ୟୁନାଲ୍ଂକ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ସେଥିରେ ବିଫଳ ହେବାରୁ ଉଚ୍ଚ ନ୍ୟାୟାଳୟଂକ ଠାରେ ନିଜ ନ୍ୟାୟ ପାଇଁ ଲଢାଇ ଜାରୀ ରଖିଲେ । ଶେଷରେ ନ୍ୟାୟାଳୟଂକ ବିଚାର ତାଂକରି ନିଷ୍ଠାକୁ ସମ୍ମାନ ଜଣାଇ ରାଜ୍ଯ ସରକାରଙ୍କ ଠାରୁ ଯୋଗ୍ୟତା ଭିତ୍ତିକ ସଂପୂର୍ଣ୍ଣ ବିବରଣୀ ମାଗିଥିଲେ । ଏହି ବିବରଣୀ ଉପରେ ନ୍ୟାୟାଳୟ ୫୬ ପ୍ରୁଷ୍ଠା ସମ୍ୱଳିତ ନିଜର ଶୁଣାଣୀ କରିଥିଲେ । ଏଥିରେ ଜୁନ୍ ୨୦୧୯ ଯୋଗ୍ୟତା ଲିଷ୍ଟରେ ମାନ୍ୟବର କୋର୍ଟ ଅନୁଶ୍ରବଂକୁ ପ୍ରଥମ ଶ୍ରେଣୀ ଜୁନିୟର କ୍ୟାଡରରେ ଅବସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତତ୍ ସଂଗେସଂଗେ ଯେଉଁମାନେ ତାଙ୍କ ଠାରୁ କମ୍ ମାର୍କ ରଖି ଉଚ୍ଚ ପଦବୀ ପାଇଛନ୍ତି, ଅନୁଶ୍ରବଂକୁ ସେହିସବୁ ସୁବିଧା ଦେବାକୁ ମାନ୍ୟବର ବିଚାରାଳୟ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାକୁ ୩୧ ମାର୍ଚ୍ଚ ରେ ଲାଗୁ କରିବାକୁ ନିର୍ଦ୍ଦେଶ ଦେଲେ । କୋର୍ଟଂକ ଶୁଣାଣୀ ଭିତ୍ତିରେ ଅନୁଶ୍ରବ ୨୫ ଜୁଲାଇ ୨୦୨୪ ତାରିଖରେ ପୁରୀ ଜିଲ୍ଲାପାଳଙ୍କ ଅଧିନରେ ନିଯୁକ୍ତି ପାଇଛନ୍ତି । ତାଙ୍କରି ଏହି ବିରଳ କୃତିତ୍ୱ ପାଇଁ ପାରଳାଖେମୁଣ୍ଡିରେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *