ନୟାଗଡ ( ଆୱାଜ ମିଡ଼ିଆ ) – ସ୍ୱରୂପ କୁମାର ପଟ୍ଟନାୟକ : ନୟାଗଡ ରେ ଭାରତୀୟ ଜନତା ପାର୍ଟି ତରଫରୁ କାରଗିଲ ବିଜୟ ଦିବସ ପାଳିତ ! ଏହି ଅବସରରେ ଏକ ବିରାଟ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା l ଏଥିରେ ପୁରୀ ଲୋକସଭା ସାଂସଦ ଶ୍ରୀଯୁକ୍ତ ସମ୍ବିତ୍ ପାତ୍ର , ଖଣ୍ଡପଡ଼ା ବିଧାୟକ ଶ୍ରୀଯୁକ୍ତ ଦୁଷ୍ମନ୍ତ କୁମାର ସ୍ୱାଇଁ , ନୟାଗଡ଼ ନିର୍ବାଚନ ମଣ୍ଡଳୀ ପ୍ରାର୍ଥିନୀ ରାଣୀ ପ୍ରତ୍ୟୁଷl ସିଂହ , ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରାଘବ ମଲ୍ଲିକ ଉପସ୍ଥିତ ରହିଥିଲେ ! ନୟାଗଡ଼ ମା ଦୁର୍ଗା ମଣ୍ଡପ ଠାରେ ଆୟୋଜିତ ସାଧାରଣ ସଭାରେ କାରଗୀଲ ଯୁଦ୍ଧ ରେ ସହିଦ୍ ହୋଇଥିବା ବୀର ଯବlନ ମାନଙ୍କର ଫଟୋ ଚିତ୍ରରେ ଦୀପ ଓ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ l ଶେଷରେ ଭାରତମାତା କି ଜୟ ଧ୍ୱନି ରେ କମ୍ପି ଉଠିଥିଲା ପରିବେଶ !
ନୟାଗଡ ରେ ଭାରତୀୟ ଜନତା ପାର୍ଟି ତରଫରୁ କାରଗିଲ ବିଜୟ ଦିବସ ପାଳିତ !!!

