ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ନୟାଗଡ଼ ଜିଲ୍ଲା ଭାପୁର ବ୍କକ ଫତେଗଡ ପଞ୍ଚାୟତର ଫତେଗଡ ନାଲି ସାଗର ଖେଳ ପଡିଆରେ ଅନୁଷ୍ଠିତ ହେଉଥିବା ରାଜ୍ୟସ୍ତରୀୟ ଦ୍ୱାଦଶ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ବ୍ଲୁ ରକଷ୍ଟାର କ୍ରିକେଟ ଟିମ୍ ଜାଆଁଳା କୁ ୬୬ ରନରେ ହରାଇଲା ପତିତପାବନ ୟୁଥ୍ କ୍ଲବ୍ ଅଟ୍ରି ଖୋର୍ଦ୍ଧା । ଟୁର୍ଣ୍ଣାମେଣ୍ଟରେ ବୁଧବାର ଦିନ ଆୟୋଜିତ ଚତୁର୍ଥ ଲିଗ୍ ମ୍ୟାଚରେ ଟସ୍ ଜିତି ଅଟ୍ରି ଖୋର୍ଦ୍ଧା ଦଳ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୨୫ ଓଭରରେ ୭ ଉଇକେଟ୍ ବିନିମୟରେ ବିକ୍ରମ ସାମଲଙ୍କ ଆକର୍ଷଣୀୟ ଶତକ ବଳରେ ୨୪୬ ବିଶାଳ ସ୍କୋର କରି ପାରିଥିଲା । ଜବାବରେ ବ୍ଲୁ ରକଷ୍ଟାର କ୍ରିକେଟ ଟିମ୍ ଜାଆଁଳା ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ନିର୍ଧାରିତ ବିଜୟ ଟାର୍ଗେଟ ୨୪୭ ରନକୁ ପିଛା କରି ୨୫ ଓଭରରେ ୯ ଉଇକେଟ ବିନିମୟରେ ୧୮୦ ରନ୍ କରିବା ପାଇଁ ସମର୍ଥ ହୋଇଥିଲା । ବିଜୟୀ ଅଟ୍ରି ଦଳର ବିକ୍ରମ ସାମଲଙ୍କ ୫୮ବଲରେ ୭ ଛକା ଓ ୧୦ଚୈକା ବଳରେ ଆକର୍ଷଣୀୟ ୧୧୩ ରନ୍ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । ଏହି ଚତୁର୍ଥ ଲିଗ୍ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ମନୋଜ କୁମାର ପ୍ରଧାନ ,ସୂର୍ଯ୍ୟକାନ୍ତ ସାହୁ , ସମ୍ମାନିତ ଅତିଥି ଭାବେ ଶାସନ ପଞ୍ଚାୟତର ଯୁବ ବିଜେଡ଼ି ସଂଗଠକ ଦୁର୍ଗାପ୍ରସାଦ ମହାପାତ୍ର ଓ ରାଜେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ଦ୍ଵିଜେନ୍ଦ୍ର ଘୋଷ ଓ ଦୁର୍ଗାପ୍ରସାଦ ମହାପାତ୍ର ଖେଳକୁ ଶୃଙ୍ଖଳିତ ଭାବେ ପରିଚାଳନା କରିଥିବା ବେଳେ ପବିତ୍ର କୁମାର ସାହୁ ଓ ବିଭୂତି ଭୂଷଣ ସାହୁ ସ୍କୋରର ଓ ଧାରା ଵିଵରଣୀ କାର୍ଯ୍ୟ ସରୋଜ କୁମାର ମହାପାତ୍ର ଓ ବୁବୁ ସିହ୍ନା ନିର୍ବାହ କରିଥିଲେ । ଗୁରୁବାର ଟୁର୍ଣ୍ଣାମେଣ୍ଟର ପଞ୍ଚମ ଲିଗ୍ ମ୍ୟାଚରେ ପତିତପାବନ ୟୁଥ୍ କ୍ଲବ୍ ଅଟ୍ରି ଖୋର୍ଦ୍ଧା ସହିତ ଯାଜପୁର ଇଲେଭେନ୍ କ୍ରିକେଟ ଟିମ ର ମୁକାବିଲା ହେବ ବୋଲି ଆୟୋଜକ ଫତେଗଡ ଯୁବକ ସଂଘର ଅଗ୍ରଣୀ ସଦସ୍ୟ ଜ୍ଞାନ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।
ଦ୍ୱାଦଶ ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ !!!

