ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ରେ ଅଜଣା ଗାଡି ଧକା ରେ ଦୁଇ ମୃତ : ଜଣେ ଆହତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ବିଷୁଡିହ ଛକ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହାତ ହୋଇ ଚିକିତ୍ସା ନିମନ୍ତେ ବାଣପୁର ମେଡିକାଲ ରେ ଭର୍ତ୍ତି କରା ଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଦୁଇଜଣ ହେଲେ ବିହାର ଅଞ୍ଚଳର ଆଶୁତୋଷ କୁମାର ଓ ଅବିଶେଖ କୁମାର । ଆଶୁତୋଷ ଓ ଅଭିଷେକ କାମ କରିବା ନିମନ୍ତେ ବିହାରରୁ ଓଡିଶା ର ପାରଳାଖେମୁଣ୍ଡି ଆସିଥିବା ବେଳେ ଶୁକ୍ରବାର ସକାଳୁ ବିହାର ଅଭିମୁଖେ ଏକ ସ୍କର୍ପିଓ ଗାଡ଼ିରେ ବାହାରିଥିଲେ । ରାସ୍ତାରେ ପରିସ୍ରା କରିବା ନିମନ୍ତେ ଗାଡି ରଖିଥିବା ବେଳେ ହଠାତ ଏକ ଅଜଣା ଗାଡି ସ୍କର୍ପିଓ କୁ ଧକା ଦେଇଥିଲା , ଯାହା ଫଳରେ ଘଟଣା ସ୍ଥଳରେ ଦୁଇଜଣ ମୃତ୍ୟ ବରଣ କରିବା ବେଳେ ଅନ୍ୟ ଜଣେ ଆହାତ ହୋଇଛନ୍ତି । ଏନେଇ ପୋଲିସକୁ ଖବର ଦେବାରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *