ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରାବଣ ମାସର ଦ୍ୱିତୀୟ ସୋମବାର ରେ ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ସମାଗମ । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ବିଭିନ୍ନ ଶୈବପୀଠରେ କାଉଡ଼ିଆ ଓ ଭକ୍ତଙ୍କ ସମାଗମ ହୋଇଛି । ଭୋରରୁ ଭକ୍ତମାନେ ବିଭିନ୍ନ ଜଳାଶୟ ରୁ ପୂଜାର୍ଚ୍ଚନା କରି କାନ୍ଧରେ ଜଳ ଆଣି ଦେବ ଦେବ ମହାଦେବଙ୍କୁ ଅଭିଷେକ କରିଥିଲେ ! ମହାଦେବ ଅଭିଷେକ ପ୍ରିୟ , ତେଣୁ ମହାଦେବଙ୍କୁ ଜଳ, କ୍ଷୀର,ଦହି ରେ ଅଭିଷେକ କଲେ ନିଜର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଭକ୍ତଙ୍କ ମନରେ ବିଶ୍ୱାସ ରହିଛି । ଭକ୍ତମାନେ ନଡ଼ିଆ କଦଳୀ, ଧୂପ ଦୀପ ବେଲପତ୍ର କ୍ଷୀର ଦହି ମହୁ ସାଙ୍ଗରେ ଆଣି ଠାକୁରଙ୍କ ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ । ଶ୍ରାବଣ ମାସରେ ଠାକୁରଙ୍କୁ ଅଭିଷେକ କଲେ ନିଜର ମନସ୍କାମନା ପୂର୍ଣ୍ଣ ହେବା ସହ ମନରେ ଶାନ୍ତି ଆସେ ବୋଲି ବିଶ୍ୱାସ ରହିଛି ।