ରିଜର୍ଭ ଜଙ୍ଗଲ ରୁ ଟାଟା ହିଟାଚି ଜବତ କଲା ବନ ବିଭାଗ , ତିନି ଅଟକ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ରିଜର୍ଭ ଜଙ୍ଗଲ ରୁ ଟାଟା ହିଟାଚି ଜବତ କଲା ବନ ବିଭାଗ , ତିନି ଅଟକ ! ନୟାଗଡ଼ ଜିଲ୍ଲା ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ାଝୋଲା ସେକ୍ସନ ବାଲିଶିସା , ବଧୀଲିପୁର ରିଜର୍ଭ ଜଙ୍ଗଲ ରୁ ଟାଟା ହିଟାଚି ଜବତ ହୋଇଛି ! ଓଡ଼ଗାଁ ବନାଞ୍ଚାଳ ଅଧିକାରୀ ଆସିସ କୁମାର କଅଁର ଙ୍କ ସୁଚନା ଅନୁସାରେ ଦିନ ଏଗାର ଘଟିକା ସମୟରେ ବିଶେଷ ସୁତ୍ରରୁ ଖବର ପାଇ ପଞ୍ଚିରିଡା ରେଞ୍ଜର ଓଡ଼ଗାଁ ରେଞ୍ଜ ର ବାହାଡ଼ାଝୋଲା ଫରେଷ୍ଟର ଙ୍କ ସହ ସମସ୍ତ ଷ୍ଟାଫ୍ ପହଂଚି ସରଜମିନ ତଦନ୍ତ କରିଥିଲେ ! ବିନା ପରିମିଶନ ରେ ବଧୀଲିପୁର ବାଲିଶିସା ରିଜର୍ଭ ଜଙ୍ଗଲ ରେ ରାସ୍ତା କାମ କରୁଥିବାରୁ ଗାଡ଼ିକୁ ଜବତ କରି ବାହାଡ଼ାଝୋଲା ଫରେଷ୍ଟ ବିଟ୍ ଭିତରେ ରଖିଥିବା ସହ ତିନିଜଣଙ୍କୁ ଅଟକ ରଖିଥିବା ସୁଚନା ଦେଇଛନ୍ତି ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଆସିସ କୁମାର କଅଁର ।

Leave a Reply

Your email address will not be published. Required fields are marked *