ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଏକାଦଶ ଶ୍ରେଣୀ କଳା ବିଭାଗ ରେ ନାମ ଲେଖାଇ ଥିବା ଛାତ୍ରୀ ଙ୍କୁ ବିଦ୍ୟାଳୟ ତରଫରୁ ଗୁରୁବାର ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ଉତ୍ସବରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାସ,ମନୋଜ ମହାପାତ୍ର, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ସୁଚିତ୍ରା ଦାସ, କଲ୍ୟାଣୀ ବୈରିଗଞନ, ରୋଜାଲିନ ଦାସ, ଗୃହ ବିଜ୍ଞାନ ଓ ମନସ୍ତତ୍ତ୍ୱ ବିଭାଗ ଡେମୋନଷ୍ଟେଟର କସ୍ତୁରୀ ପଟ୍ଟନାୟକ, ରବିନ୍ଦ୍ର କୁମାର ମାର୍ଥା ଙ୍କ ସମେତ କ୍ରୀଡା ଏବଂ ଯୋଗ ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, ଗ୍ରନ୍ଥା ଗାରୀକ ଅକ୍ରୁର ପ୍ରଧାନ , ଶିବଶଙ୍କର ପଣ୍ଡା ପ୍ରମୁଖ ଯୋଗଦେଇ ମହାବିଦ୍ୟାଳୟ ର ଇତିହାସ,ଏବଂ ଛାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ସମସ୍ତ ସୁବିଧା ସୁଯୋଗ , ଶିକ୍ଷାଦାନ ପ୍ରଣାଳୀ ସମ୍ପର୍କରେ ଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ। ଚଳିତ ଶିକ୍ଷାବର୍ଷ ପାଇଁ ରୁଟିନ୍ ଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇଥିଲା । ପରିଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭା ସାଙ୍ଗ କରାଯାଇଥିଲା।
ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏକାଦଶ ଶ୍ରେଣୀ ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!!

