ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମୁଣ୍ଡଳୀ ବ୍ରିଜ ତଳେ କୁମ୍ଭୀର ! ମହାନଦୀ ଭିତରେ ବାଲି ଉପରେ ଦେଖିବାକୁ ମିଳିଛି କୁମ୍ଭୀର ! ଏ ଖବର ପ୍ରଚାରିତ ହେବା ପରେ ବ୍ରିଜ ଦେଇ ଯାତାୟାତ କରୁଥିବା ଲୋକେ ଅଟକି ଯାଇ କୁମ୍ଭୀର କୁ ଦେଖିବାରେ ଲାଗିଥିଲେ ! ମୁଣ୍ଡଳୀ ବ୍ରିଜ ତଳେ କୁମ୍ଭୀର , ବିଜୁଳି ବେଗରେ ବ୍ୟାପି ଯାଇଥିଲା ଏ ଖବର ! ବଢ଼ିବାରେ ଲାଗିଥିଲା ଜନଗହଳି ! ମହାନଦୀରେ ଅନେକ ସମୟରେ କୁମ୍ଭୀର ଦେଖା ଯାଉଥିଲେ ସୁଦ୍ଧା , ଲୋକେ ଗାଧୋଉଥିବା ତୁଠ ପାଖରେ କୁମ୍ଭୀର ଦେଖାଯିବା ପରେ ଖେଳି ଯାଇଛି ଭୟ ର ବାତାବରଣ !
ମୁଣ୍ଡଳୀ ମହାନଦୀ ଭିତରେ ବାଲି ଉପରେ କୁମ୍ଭୀର !!!

