ମୋହନା ବ୍ଲକ ଡେଙ୍ଗାସଖାଲ ପଞ୍ଚାୟତରେ ଜିଲ୍ଲା ପ୍ରଶାସନର ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଡେଙ୍ଗାସଖାଲ ପଞ୍ଚାୟତ ପରିସରରେ ଜିଲ୍ଲା ପ୍ରଶାସନ ର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ରୋମାଞ୍ଚଳ ଖମାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବାମଦେବ ସିଂ, ଏସଡିପିଓ ଦିଲ୍ଲୀପ କୁମାର ନାୟକ, ବିଡ଼ିଓ ତପସ୍ୱିନୀ ହାନ୍ସଦା, ବ୍ଲକ ଅଧ୍ୟକ୍ଷ ରଞ୍ଜିତ ଶବର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅଭିଯୋଗ ଶୁଣାଣୀ ରେ ସର୍ଵମୋଟ 132 ଟି ଅଭିଯୋଗ ଆସିଥିବା ବେଳେ ସେଥି ମଧ୍ୟରୁ ବ୍ୟକ୍ତିଗତ 69 ଟି ଅଭିଯୋଗ ଆସିଥିଲା ବେଳେ 63 ଟି ସାମୁହିକ ଅଭିଯୋଗ ଆସିଥିଲା । 42 ଟି ଅଭିଯୋଗ ର ତୁରନ୍ତ ପଦକ୍ଷେପ ନେଇ ସମାଧାନ କରାଯାଇଛି । ଅନ୍ୟ ଅଭିଯୋଗ ଗୁଡିକ ତୁରନ୍ତ ସମାଧାନ ସକାଶେ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ସମାଧାନ ସକାଶେ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବିଭିନ୍ନ ଅଞ୍ଚଳର ରାସ୍ତା, ପାନୀୟ ଜଳ, ବିଦ୍ୟୁତ, ବିଦ୍ୟାଳୟ କୋଠା, ଅଙ୍ଗନବାଡି କେନ୍ଦ୍ର କୋଠା ନିର୍ମାଣ ପାଇଁ ଲୋକେ ଦାବି କରିଥିଲେ । 22 ଜଣଙ୍କୁ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ସହାୟତା ବାବଦରେ 32 ହଜାର 500 ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଖଗେଶ୍ବର ଭୂୟାଁ, ମୋହନା ଦାୟିତ୍ୱ ରେ ରହିଥିବା ଆର ଉଦୟଗିରି ତହସିଲଦାର ଜ୍ୟୋତିମୟ ଦାସ ଙ୍କ ସମେତ ବ୍ଲକ ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *